ପ୍ରଥମ ଦିନିକିଆରେ ଭାରତକୁ ୬୬ ରନ୍‌ରେ ପରାଜିତ କଲା ଅଷ୍ଟ୍ରେଲିଆ

ICC Decade Awards One Day Test And T20 Team MS Dhoni Virat Kohli

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ସହ ୩ଟି ଦିନିକିଆ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ର‌ ପ୍ରଥମ ମ୍ୟାଚ୍‌ରେ ପରାଜୟ ବରଣ କଲା ଭାରତ । ଅଷ୍ଟ୍ରେଲିଆଠାରୁ ୬୬ ରନ୍‌ରେ ପରାଜୟ ସ୍ୱୀକାର କରିଛି ଭାରତ । ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ୱିକେଟ୍‌ ହରାଇ ୩୭୪ ରନ୍‌ କରିଥିଲା । ଏହାର ଜବାବରେ ଭାରତ ୩୭୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ୫୦ ଓଭରରେ ୩୦୮ ରନ୍‌ କରି ୮ ଓ୍ୱିକେଟ୍‌ ହରାଇଛି । ଆଉ ୬୬ ରନ୍‌ର ଲମ୍ବା ବ୍ୟବଧାନରେ ପରାଜୟ ସ୍ୱୀକାର କରିଛି ।

ଅଷ୍ଟ୍ରେଲିଆ ପକ୍ଷରୁ ଫିଞ୍ଚ ସର୍ବାଧିକ ୧୪୪ ରନ୍ କରିଥିବା ବେଳେ ସ୍ଟିଭେନ୍‌ ସ୍ମିଥ୍‌ ଦ୍ୱିତୀୟ ସର୍ବାଧିକ ୧୦୫ ରନ୍‌ କରି ଦଳକୁ ଏକ ବଡ଼ ସ୍କୋର ଦେବାରେ ସକ୍ଷମ ହୋଇଥିଲେ । ଏହାସହ ଓ୍ୱାର୍ଣ୍ଣର ୬୯ ଓ ମାକ୍ସଓ୍ୱେଲ ୪୫ ରନ୍‌ କରି ଦଳକୁ ଏକ ମଜଭୁତ ସ୍ଥିତିକୁ ଆଣିଥିଲେ ।

ଅନ୍ୟପଟେ ଭାରତ ପକ୍ଷରୁ ଅଲରାଉଣ୍ଡର ହାର୍ଦ୍ଦିକ୍‌ ପାଣ୍ଡିଆ ସର୍ବାଧିକ ୯୦ ରନ୍‌ କରିଥିବା ବେଳେ ଶିଖର ଧାଓ୍ୱନ ୭୪, ନବଦୀପ ସାଇନି ୨୯, ଜାଡେଜା ୨୫, ମୟଙ୍କ ଅଗ୍ରଓ୍ୱାଲ ୨୨ ରନ୍‌ କରିଥିଲେ ।

ଭାରତୀୟ ବୋଲରଙ୍କ ପକ୍ଷରୁ ମହମ୍ମଦ ସାମୀ ସର୍ବାଧିକ ୩ଟି ଓ୍ୱିକେଟ୍‌ ନେଇଥିବା ବେଳେ ବୁମରା, ନବଦୀପ ଓ ଚହଲ ଗୋଟିଏ ଲେଖାଏଁ ଓ୍ୱିକେଟ୍‌ ନେବାରେ ସଫଳ ହୋଇଛନ୍ତି ।

ସେହିଭଳି ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ୍‌ ଜାମ୍ପା ସର୍ବାଧିକ ୪ଟି ଓ୍ୱିକେଟ୍‌ ନେଇଥିବା ବେଳେ ଜୋସ୍‌ ହାଜଲେଉଡ୍‌ ୩ଟି ଓ୍ୱିକେଟ୍‌ ନେବାରେ ସଫଳ ହୋଇଛନ୍ତି । ମିଚେଲ୍‌ ଷ୍ଟାର୍କ ଗୋଟିଏ ଓ୍ୱିକେଟ୍‌ ନେବାରେ ସଫଳ ହୋଇଛନ୍ତି ।

Leave a Reply