ଭାଣିଜୀକୁ ଏକତରଫା ପ୍ରେମ କରି ଗିରଫ ହେଲା ମାମୁଁ

ଜଗତସିଂହପୁର: ପବିତ୍ର ସମ୍ପର୍କରେ କଳଙ୍କର ଛିଟା । ମାମୁଁ ଭାଣିଜୀ ସମ୍ପର୍କକୁ ପବିତ୍ର ଭାବେ ଦେଖାଯାଉଥିବା ବେଳେ ଏବେ ମାମୁଁର ନୃସଂଶତା ଏଥିରେ ଲଗାଇଛି କଳଙ୍କ । ଏକତରଫ ପ୍ରେମରେ ଅନ୍ଧ ହେଲା ମାମୁଁ । ଆଉ ସମ୍ପର୍କକୁ ପଛରେ ପକାଇ ପ୍ରେମକୁ ଚରିତାର୍ଥ କରିବାକୁ ଭାଣିଜୀକୁ ଅପହରଣ କରିବାକୁ ବି ପଛେଇଲାନି ସେ । ଜଗତସିଂହପୁର ଜିଲ୍ଲାରେ ଏମିତି ଏକ ଲଜ୍ୟାକର ଘଟଣା ସାମ୍ନାକୁ ଆସିଛି ।

ଭାଣିଜୀକୁ ଏକତରଫା ପ୍ରେମ କରି ଗିରଫ ହୋଇଛି ମାମୁଁ ।  ଅଭିଯୁକ୍ତ ମାମୁ ହେଲେ ଖୋର୍ଦ୍ଧାର ଦିଲ୍ଲୀପ ବେହେରା  । ଜଗତସିଂହପୁର ଥାନା କୁଳଶ୍ରୀ ପୋଲ ଉପରୁ ଭାଣିଜୀକୁ ମାମୁଁ ଦିଲ୍ଲୀପ ଜବରଦସ୍ତ ଉଠାଇ ନେଇଥିଲା । କେବଳ ସେତିକି ନୁହେଁ ସେ ଭାଣୀଜିକୁ ଭୁବନେଶ୍ୱରରେ ରଖି ତାଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି । ଏହାସହ ସେ, ୩ ଲକ୍ଷ ଟଙ୍କା ଦେବା ପାଇଁ  ତାଙ୍କ ବାପାଙ୍କୁ ଧମକ ଦେଇଥିବା ଅଭିଯୋଗ ମଧ୍ୟ ହୋଇଛି ।

ଏହାସହ ଦିଲ୍ଲୀପ କୋର୍ଟରେ ରେଜିଷ୍ଟ୍ରି ମ୍ୟାରେଜ୍ କରିବାକୁ ଭାଜିଣୀକୁ ବାଧ୍ୟ କରିଥିଲା  । ଏହାକୁ ନେଇ ଯେତେବେଳେ ଭାଣିଜୀ ବିରୋଧ କରିବାକୁ ଲାଗିଲେ ତାଙ୍କୁ ମାରଧର ମଧ୍ୟ କରିଥିଲେ ଅଭିଯୁକ୍ତ । ଏନେଇ ଯେତେବେଳେ ଭାଣୀଜି ଥାନାକୁ ଫୋନ କରିଥିଲେ ସେତେବେଳେ ଭାଣିଜୀର ମୋବାଇଲକୁ ଭାଙ୍ଗି ଦେଇଥିଲା ଅଭିଯୁକ୍ତ । ମାମୁ ଦିଲ୍ଲୀପ ବେହେରାକୁ ପୋଲିସ ଗିରଫ କରି ଜଗତସିଂହପୁର ଥାନାକୁ ହସ୍ତାନ୍ତର କରିଛି । ବର୍ତ୍ତମାନ ଦିଲ୍ଲୀପକୁ କୋର୍ଟ ଚାଲାଣ କରାଯାଇଛି ।

Leave a Reply