ମନୋରଂଜନ ସହ ସାଲିସ୍‌ କରୁନାହାନ୍ତି ଦର୍ଶକ, ମାନ୍ଦାବସ୍ଥାରେ ବଲିଉଡ୍‌ ମାଲାମାଲ

1 min read

ସାରା ବିଶ୍ୱ ମାନ୍ଦାବସ୍ଥାର ଶିକାର । ଦେଶରେ ବେପାର ମାନ୍ଦା । ଅଟୋ ଓ ରିଅଲ ଇଷ୍ଟେଟ୍‌ ସେକ୍ଟରରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ମାଲିକ । ବିଭିନ୍ନ କ୍ଷେତ୍ରରେ ଛଟେଇ ଚାଲିଛି । ସାଧାରଣ ଲୋକଙ୍କ ଉପରେ ପଡ଼ୁଛି ଏହାର ପ୍ରଭାବ । ବିକାଶ ଓ ରୋଜଗାରକୁ ନେଇ ଲୋକଙ୍କ ମନରେ ନାନାଦି ଆଶଙ୍କା । ଏସବୁ ଭିତରେ କିନ୍ତୁ ଗୋଟିଏ କ୍ଷେତ୍ର ମାଲାମାଲ ହୋଇଚାଲିଛି । ସେହି କ୍ଷେତ୍ରଟି ହେଲା ବଲିଉଡ୍‌ । ଲୋକମାନେ ବିଳାସ ସାମଗ୍ରୀ କିଣିବାକୁ ଅନିଛୁକ ମାତ୍ର ଟିକଟ କାଟି ଫିଲ୍ମ ଦେଖିବାକୁ ପଛଘୁଞ୍ଚା ଦେଉନାହାନ୍ତି ।

ଚଳିତ ବର୍ଷ ଶେଷ ସୁଦ୍ଧା ବଲିଉଡ଼ ୪ ହଜାର କୋଟିରୁ ଅଧିକ କାରବାର କରିବା ନେଇ ଫିଲ୍ମ ବିଶ୍ଲେଷକଙ୍କ ମତ । ବଲିଉଡ୍‌ରେ ଏମିତି ସବୁ ଫିଲ୍ମ ମୁକ୍ତିଲାଭ କରିଛି ଯାହାକି ୩୦୦ କୋଟିର କାରବାର କରିଛି । ଚଳିତବର୍ଷ ଇଣ୍ଡଷ୍ଟ୍ରି ଅନେକ ହିଟ୍‌ ଓ ସୁପରହିଟ୍‌ ଫିଲ୍ମ ଦେଇଛି । ୧୬ଟି ଫିଲ୍ମ ୧୦୦ କୋଟିରୁ ଅଧିକ ବେପାର କରିଛି । ୪ରୁ ୫ଟି ଫିଲ୍ମ ୧୦୦ କୋଟିର ନିକଟତର ହୋଇଛନ୍ତି । ଚଳିତବର୍ଷ ମୁକ୍ତିଲାଭ କରିଥିବା ଫିଲ୍ମ ମଧ୍ୟରେ ଆଭେଞ୍ଜର୍ସ: ଏଣ୍ଡଗେମ୍‌ ସର୍ବାଧିକ ୩୬୫ କୋଟି ଟଙ୍କାର ବେପାର କରିଛି । ଏବେ ଚାଲୁଥିବା ‘ବାଲା’ ହିଟ୍‌ ପର୍ଯ୍ୟାୟକୁ ଆସିବା ସହ ୧୦୦ କୋଟି ଟପିଯିବ ବୋଲି ଆକଳନ କରାଯାଇଛି ।

ଉରି- ଦ ସର୍ଜିକାଲ ଷ୍ଟ୍ର।ଇକ୍‌– ୨୪୪.୦୬କୋଟି
ଗଲି ବଏ– ୧୩୯.୩୮ କୋଟି
ଟୋଟାଲ ଧମାଲ– ୧୫୪.୩୦କୋଟି
କେଶରୀ-୧୫୩ କୋଟି
ଆଭେଞ୍ଜର୍ସ: ଦ ଏଣ୍ଡ୍ ଗେମ୍‌-୩୬୫.୫୦ କୋଟି
ଦେ ଦେ ପ୍ୟାର ଦେ- ୧୦୨.୪୦ କୋଟି
ଭାରତ– ୨୦୯.୩୬ କୋଟି
କବୀର ସିଂ– ୨୭୮.୨୪କୋଟି
ସୁପର 30– ୧୪୬.୧୦କୋଟି
ଦ ଲାୟନ କିଙ୍ଗ– ୧୫୦.୦୯କୋଟି
ମିଶନ ମଙ୍ଗଳ-୨୦୦.୧୬କୋଟି
ସାହୋ-୧୪୯.୦୦କୋଟି
ଛିଛୋରେ-୧୫୦.୩୬ କୋଟି
ଡ୍ରିମ ଗର୍ଲ– ୧୩୯.୭୦ କୋଟି
ଓ୍ବାର-୩୧୭.୭୭ କୋଟି
ହାଉସ ଫୁଲ 4– ୨୦୩.୦୮ କୋଟି

                                                                                                                                     – ବିନୋଦିନୀ ରାଉଳ ')}

Leave a Reply