ଆତସବାଜୀରେ ରଙ୍ଗୀନ ଅକଲାଣ୍ଡର ଆକାଶ, ଅଷ୍ଟ୍ରେଲିଆରେ ଅପୂର୍ବ ଉତ୍ସାହ

1 min read

ନୂଆଦିଲ୍ଲୀ: ନୂଆ ବର୍ଷ, ନୂଆ ଉତ୍ସାହ, ନୂଆ ଉଦ୍ଦୀପନା । ଅକଲାଣ୍ଡ ପରେ ଅଷ୍ଟ୍ରେଲିଆରେ ନବବର୍ଷକୁ ନେଇ ଆନନ୍ଦ ଉଲ୍ଲାସ । ଭାରତୀୟ ସମୟ ଅପରାହ୍ଣ ୪ଟା ୩୦ରେ ଅକଲାଣ୍ଡରେ ନୂଆବର୍ଷ ଛୁଇଁଛି । ଅକଲାଣ୍ଡ ନ୍ୟୁଜିଲାଣ୍ଡରେ ଅବସ୍ଥିତ । ପ୍ରତିବର୍ଷ ପ୍ରଥମେ ଏଠାରେ ନୂଆବର୍ଷ ମନା ଯାଇଥାଏ ।କାରଣ ଏଠାକାର ସମୟ ଭାରତର ସମୟ ଠାରୁ ୭ ଘଣ୍ଟା ୩୦ ମିନିଟ୍ ଆଗୁଆ । ନ୍ୟୁଜିଲାଣ୍ଡର ଅକଲାଣ୍ଡ ସହର ସ୍କାଏ ଟାୱାରରେ ଆୟୋଜିତ କାର୍ଯ୍ୟକ୍ରମ ସମସ୍ତଙ୍କ ମନ ଜିଣିଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଆତସବାଜୀରେ ରଙ୍ଗୀନ ହୋଇଛି ଅକଲାଣ୍ଡର ଆକାଶ ।

ନ୍ୟୁଜିଲାଣ୍ଡ ପରେ ଅଷ୍ଟ୍ରେଲିଆରେ ଆନନ୍ଦ ଆଣି ଦେଇଛି ୨୦୨୦ । ଭାରତୀୟ ସମୟ ସାଢ଼େ ୬ଟାରେ ଅଷ୍ଟ୍ରେଲିଆରେ ନୂଆବର୍ଷ ପାଳନ ହୋଇଛି । ଆତସବାଜୀରେ ରଙ୍ଗୀନ ହୋଇ ଉଠିଛି ସିଡନୀର ଆକାଶ । ହାର୍ବର ଓ ଔପେରା ହାଉସରେ ଉତ୍ସବ ମନାଯାଇଛି ।ଭାରତରେ ନୂଆବର୍ଷ ଛୁଇଁବାକୁ ଆଉ ଅଳ୍ପ କିଛି ସମୟ ବାକି ଅଛି । ଏଥିପାଇଁ ଦେଶବ୍ୟାପୀ ସବୁଠି ପ୍ରସ୍ତୁତି ସରିଛି । ପ୍ରସ୍ତୁତ ହୋଇ ରହିଛି ବିଭିନ୍ନ ହୋଟେଲ । ନୂଆବର୍ଷ ପାଇଁ ଗୋଆ ବିଚ୍ ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛି ।

Leave a Reply