ପଣ୍ଡ ହେଲା ଏଟିଏମ୍ ଲୁଟ୍ ଉଦ୍ୟମ, ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ

1 min read
ATM Loot

ଭୁବନେଶ୍ୱର: ରାଜଧାନୀରେ ପଣ୍ଡ ହେଲା ଏଟିଏମ୍ ଲୁଟ୍ ଉଦ୍ୟମ । କଟକ ରୋଡରେ କିଛି ଦୁର୍ବୃତ୍ତ ଏଟିଏମ୍ ଭାଙ୍ଗି ଲୁଟ୍ କରିବାକୁ ଉଦ୍ୟମ କରୁଥିବା ବେଳେ ତାକୁ ବିଫଳ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରି ଚଳାଇଛି ତନାଘନା । ସେପଟେ ପୁଣିଥରେ ଏଟିଏମ୍‌ ଓ ବ୍ୟାଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ । ପୂର୍ବରୁ ପଟିଆରେ ପିଏନବି ଏଟିଏମରୁ ଗ୍ୟାସ କଟରରେ ୨୮ ଲକ୍ଷ ଲୁଟି ନେଇଥିବା ରାଜ୍ୟ ବାହରର ୨ ଲୁଟେରାଙ୍କ ଗିରଫ କରିଥିଲା ପୋଲିସ ।

 v

ଏବେ କଟକ ରୋଡ ଇଣ୍ଡିଆନ ବ୍ୟାଙ୍କ । ସମୟ- ସକାଳ ୫ଟାରେ ଆରମ୍ଭ ହୋଇଥିଲା ଏଟିଏମ ଲୁଟ୍‌ର ଅପରେସନ୍‌ । ଏଟିଏମ୍‌ ବାହାରେ ଥିବା ଆଲାରାମ କେବୁଲ ଓ ସିସିଟିଭିକୁ ପ୍ରଥମେ ଭାଙ୍ଗିଥିଲେ ଦୁର୍ବୃତ୍ତ । ଶାବଳ ଓ ସ୍କ୍ରୁ-ଡ୍ରାଇଭର ଧରି ତାଡିବା ସମୟରେ ମର୍ଣ୍ଣିଂ ୱାର୍କରେ ଯାଉଥିବା କିଛି ଲୋକ ଲୁଟେରାଙ୍କ କାରନାମା ଦେଖିଥିଲେ । ଆଉ ଚିକ୍ତାର କରିବାରୁ ଘଟଣା ସ୍ଥଳରୁ ୪ ଜଣ ଚମ୍ପଟ ମାରିବା ବେଳେ ଜଣେ ହାବୁଡରେ ପଡିଥିଲା । ଲକ୍ଷ୍ମୀସାଗର ଥାନା ପୋଲିସ ସ୍ପଟରେ ପହଞ୍ଚି ଜଣେ ଅଭିଯୁକ୍ତକୁ ଧରିବା ପରେ ଅନ୍ୟ ମାନଙ୍କୁ ଗୋଡାଇ ଧରିଥିଲା ।

ଗିରଫ ୫ ଜଣ ଅଭିଯୁକ୍ତଙ୍କୁ ମାରାଥନ ଜେରା କରୁଛି ପୋଲିସ । ସମସ୍ତ ଅଭିଯୁକ୍ତମାନେ ଭୁବନେଶ୍ୱରର ଏକ ବସ୍ତି ଅଞ୍ଚଳର ବୋଲି ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି । ସେମାନଙ୍କ ଠାରୁ ଶାବଳ ଜବତ ହୋଇଛି ।

Leave a Reply