ବୃଥା ହେଲା ସବୁ ପରିଶ୍ରମ, ଅଲିମ୍ପିକ ଖେଳିବାକୁ ଅପେକ୍ଷା କରିବାକୁ ପଡ଼ିବ ଆହୁରି ଏକ ବର୍ଷ

ଭୁବନେଶ୍ୱର: ବୃଥା ହେଲା ସବୁ ପରିଶ୍ରମ। ଅଲିମ୍ପିକ ଖେଳିବାକୁ ଆହୁରି ଏକ ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ଦୀର୍ଘ ଦିନ ଧରି ଅଲିମ୍ପିକ ପାଇଁ କରାଯାଇଥିବା ଅଭ୍ୟାସର ସୁଫଳ ମିଳିଲା ନାହିଁ। କରୋନା ପାଇଁ ଅଲମ୍ପିକ ଗେମ୍ସକୁ ଏକ ବର୍ଷ ପାଇଁ ଘୁଞ୍ଚାଇ ଦିଆଯାଇଯିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଦୌଡ଼ରାଣୀ ଦୁତିଚାନ୍ଦ। ଅନ୍ୟପଟେ ଅଲିମ୍ପିକ ଘୁଞ୍ଚିବା ନିଷ୍ପତିକୁ ଅନେକ ଓଡ଼ିଆ କ୍ରୀଡାବିତ ସମର୍ଥନ ମଧ୍ୟ କରିଛନ୍ତି।

କରୋନା ପାଇଁ ଘୁଞ୍ଚିଲା ଅଲମ୍ପିକ । ଆସନ୍ତା ଜୁଲାଇ ବଦଳରେ ୨୦୨୧ ଜୁଲାଇ ୨୩ରେ ହେବ ଟୋକିଓ ଅଲିମ୍ପିକ । ସେହିପରି ପାରା ଅଲିମ୍ପିକକୁ  ମଧ୍ୟ ୨୦୨୧ ଅଗଷ୍ଟ ୨୪ ତାରିଖ ପର୍ଯ୍ୟନ୍ତ ଘଞ୍ଚାଇ ଦିଆଯାଇଛି । ଏକ ବର୍ଷ ଅଲିମ୍ପିକ ଘୁଞ୍ଚିବା ପରେ ସାମାନ୍ୟ ନିରାଶ ହୋଇଛନ୍ତି ଆଥଲେଟ୍‌ । ଦୈଡ଼ରାଣୀ ଦୁତୀଚାନ୍ଦଙ୍କ କହିବା କଥା ପ୍ରସ୍ତୁତି ପାଇଁ ଲକ୍ଷେ ଟଙ୍କା ଖର୍ଚ୍ଚ କରିସାରିଥିଲେ। ଆଗାମୀ କିଛି ଦିନ ଭିତରେ ସେ ଅଲିମ୍ପିକ ଟିକେଟ୍‌ ମଧ୍ୟ ହାତେଇଥାନ୍ତେ । ହେଲେ ହାତରେ ଏକ ବର୍ଷ ଅଧିକ ସମୟ ଥିବାରୁ ତାଙ୍କ ପାଇଁ ଅଲିମ୍ପିକ ଯୋଗତା ଅର୍ଜନ କରିବା ସହଜ ହେବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଓଡ଼ିଶାର ଅନେକ କ୍ରୀଡ଼ାବିତ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ଓଡ଼ଆ ଆଥଲେଟ୍‌ ଅମୀୟ ମଲ୍ଲିକ କହିଛନ୍ତି ଅଲିମ୍ପିକ୍‌ ଘୁଞ୍ଚିବା ଦ୍ଵାରା ଅଲିମ୍ପିକ ଯୋଗ୍ୟତା ଅର୍ଜନ ପାଇଁ ଅଧିକ ସମୟ ମିଳିବ । ସେପଟେ ପାରା ବ୍ୟାଡମିଣ୍ଟନ ଷ୍ଟାର୍‌ ପ୍ରମୋଦ ଭଗତ କହିଛନ୍ତି ସେ ପ୍ରଥମ ଥର ପାଇଁ ପାରା ଅଲିମ୍ପିକ ଖେଳିବାକୁ ଯାଉଥିବା ବେଳେ ତାଙ୍କୁ ଆହୁରି ଏକ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ।

ଭାରତୀୟ ହକି ଖେଳାଳୀ ଅମିତ ରୋହି ଦାଶ କହିଛନ୍ତି ହାତରେ ଆହୁରି ଗୋଟିଏ ବର୍ଷ ଅଧିକ ସମୟ ଥିବାରୁ ଆମେ ଭଲ ପ୍ରଦର୍ଶନ କରିବୁ ।

 

Leave a Reply