ରାଜ୍ୟରେ ବନ୍ୟା ପରିସ୍ଥିତି : ବିଭିନ୍ନ ସ୍ଥାନରେ ୨୬ ଘାଇ,ଯାଜପୁରର ବରୀରେ ସର୍ବାଧିକ

ଭୁବନେଶ୍ୱର: ବନ୍ୟା ସ୍ଥିତିକୁ ନେଇ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ପ୍ରତିକ୍ରିୟା । ମହାନଦୀ ଅବବାହିକା ଜିଲ୍ଲାରେ ବନ୍ୟା ଆଶଙ୍କା । ଉପକୂଳ ଜିଲ୍ଲାରେ ମଧ୍ୟ ରହିଛି ବନ୍ୟା ଆଶଙ୍କା । ବର୍ତମାନ ହୀରକୁଦର ୪୪ଟି ଗେଟ ଖୋଲା ଅଛି । ଆସନ୍ତାକାଲି ସକାଳ ୫ ଟା ସୁଦ୍ଧା ବନ୍ୟାଜଳ ମୁଣ୍ଡୁଳିରେ ପହଞ୍ଚିବ । ମୁଣ୍ଡୁଳିରେ ୧୦ ଲକ୍ଷ କ୍ୟୁଶେକ ଜଳ ପ୍ରବାହିତ ହେବ । ଏହାକୁ ଦୃଷ୍ଟିରେ ରଖି ପ୍ରଭାବିତ ହେବା ଜିଲ୍ଲାକୁ ଆଲର୍ଟରେ ରଖାଯାଇଛି ।

ଉପର ମୁଣ୍ଡରେ ବର୍ଷା କାରଣରୁ ବୈତରଣୀ ଆଖୁଆପଦାଠାରେ ବନ୍ୟାଜଳ ବିପଦ ସଂକେତ ଉପରେ ରହିଛି । ଯଦି ଦେଖିବେ ତେବେ ଅନ୍ୟ ନଦୀର ଜଳସ୍ତର କମୁଛି । ବନ୍ୟା ଦ୍ୱାରା ରାଜ୍ୟର ଭିବିନ୍ନ ସ୍ଥାନରେ ମୋଟ ୨୬ ଟି ଘାଇ ସୃଷ୍ଟି ହୋଇଛି । ଯେଉଁଥି ପାଇଁ ଘାଇ ହୋଇଥିବା ଅଞ୍ଚଳରେ ଲୋକେ ଭୟରେ ଦିନ କାଟୁଛନ୍ତି । ସୂଚନା ଅନୁଯାୟୀ ଯାଜପୁରର ବରୀରେ ସର୍ବାଧିକ ଘାଇ ରହିଛି ।

ଖାଇ ହୋଇଥିବା ଅଞ୍ଚଳ ଉପରେ ପ୍ରଶାସନ ଦୃଷ୍ଟି ରଖିଛି ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ । ପାଣି ଛାଡ଼ିଲା ପରେ ଘାଇ ହୋଇଥିବା ଅଞ୍ଚଳ କାର୍ଯ୍ୟ କରାଯିବ । ଅନ୍ୟ ୪୮ ଦୁର୍ବଳ ସ୍ଥାନ ଉପରେ ନଜର ରଖାଯାଇଛି । ଜଳସମ୍ପଦ ବିଭାଗ ଯନ୍ତ୍ରୀମାନେ ରାତିସାରା ପାଟ୍ରୋଲିଂ କରୁଛନ୍ତି । ଜଳସମ୍ପଦ ବିଭାଗର ଏବେ ସମୀକ୍ଷା ବୈଠକ ରହିଛି ।

Leave a Reply