OTDC ସମସ୍ତଙ୍କ ପାଇଁ ଖୋଲା : ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ

1 min read

ଭୁବନେଶ୍ୱର : ବିଧାନସଭାର ଶୂନ୍ୟକାଳରେ ଆଜି ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ନେତା ପ୍ରଦୀପ ନାୟକ । କହିଥିଲେ, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କ ସହ ଦୁଇ ଜଣ ମହିଳା ହାଇଦ୍ରାବାଦ ଯାଇଥିଲେ। ସେହି ଦୁଇ ମହିଳା କିଏ ? କାହିଁକି ସେମାନଙ୍କୁ ସରକାରୀ ଅର୍ଥରେ ସେଠାକୁ ନିଆଯାଇଥିଲା ? ଏହାକୁ ନେଇ ଗୃହରେ ହୋ ହଲ୍ଲା ମଧ୍ୟ କରିଥିଲେ ବିରୋଧୀ ।

ତେବେ ବିଧାନସଭାରେ ବିରୋଧୀ ଏ ପ୍ରସଙ୍ଗ ଉଠାଇବା ପରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ । କହିଥିଲେ, ଏକ ଟଙ୍କା ବି ସରକାରୀ ଖାତାରୁ ଖର୍ଚ୍ଚ ହୋଇନାହିଁ । OTDC ସମସ୍ତଙ୍କ ପାଇଁ ଖୋଲା ରହିଛି । ସେ କୌଣସି ନିୟମ ଭାଙ୍ଗି ନାହାନ୍ତି ବୋଲି ପୁଣିଥରେ ସ୍ପଷ୍ଟ କରିଥିଲେ ସଂସ୍କୃତି ମନ୍ତ୍ରୀ । ତେବେ ବିରୋଧୀ ଏହାକୁ ନେଇ ଗୃହେ ହଙ୍ଗାମା କରିଥିଲେ । କଂଗ୍ରେସ ମଧ୍ୟ ଏଥିରେ ସାମିଲ ହୋଇଥିଲା । ମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ଏ ପ୍ରସଙ୍ଗ ଶାନ୍ତ ପଡ଼ିବ ବୋଲି ଆଲୋଚନା ହେଉଛି ।

ତେବେ ଗତ ଅକ୍ଟୋବର ମାସ ୪ ତାରିଖରେ ସଂସ୍କୃତି ମନ୍ତ୍ରୀ ହାଇଦ୍ରାବାଦ ଯାଇଥିଲେ ଯାହାକୁ ନେଇ ବିରୋଧୀ ପ୍ରସଙ୍ଗ କରିଛନ୍ତି ।

Leave a Reply