୨୦ ବର୍ଷରେ ୪ ବିବାହ, ବାହା ହେଉଥିଲେ ବାହାନା ଦେଖାଇ ଦୂରେଇ ଯାଉଥିଲେ

1 min read
Art Teacher Arrested In Odisha For Four Marriage

କଟକ: ଚିତ୍ର ମାଷ୍ଟରଙ୍କ ଚାରି ପତ୍ନୀ । ଚାରି ଜଣ ମହିଳାଙ୍କ ସହ ଚତୁରତା ସହ କରିଥିଲେ ବିବାହ । କାହାକୁ କାହା ବିଷୟରେ ଗନ୍ଧ ବି ବାରିବାକୁ ଦେଇନଥିଲେ ରସିକିଆ ଶିକ୍ଷକ ଜଣକ । ଦୁଇ ପତ୍ନୀଙ୍କ ଅଭିଯୋଗ କ୍ରମେ ଏହି ଚିତ୍ର ଶିକ୍ଷକଙ୍କୁ ବାନ୍ଧିଛି ପୋଲିସ । କଟକ ଗୋପୀନାଥପୁର ନୋଡାଲ ହାଇସ୍କୁଲରେ ଡ୍ରଇଂ ଶିକ୍ଷକ ଭାବେ କାର୍ଯ୍ୟରତ କୃଷ୍ଣଚନ୍ଦ୍ର ନାୟକ ୨୦୦୧ ମସିହାରେ ବୈଦିକ ରୀତିନୀତି ଅନୁସାରେ ଜଣେ ମହିଳାଙ୍କୁ ବିବାହ କରିଥିଲେ । ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ସବୁକିଛି ଠିକଠାକ୍ ଚାଲିବା ପରେ ବିଭିନ୍ନ ବାହାନା କରି ତାଙ୍କୁ ଦୂରେଇ ଦେଇଥିଲେ କୃଷ୍ଣଚନ୍ଦ୍ର ।

Art Teacher Arrested In Odisha For Four Marriage

ପରେ ତାଙ୍କ ଅଗୋଚରରେ ସାଇଲୋ ଗୋବିନ୍ଦପୁରର ନର୍ସଭାବେ କାମ କରୁଥିବା ଜଣେ ଯୁବତୀଙ୍କୁ ମଧ୍ୟ ବୈଦିକ ରୀତିନୀତିରେ ବିବାହ କରିଥିଲେ କୃଷ୍ଣଚନ୍ଦ୍ର । ୩-୪ ବର୍ଷ ରହିବା ପରେ ତାଙ୍କୁ ମଧ୍ୟ ବିଭିନ ବାହାନା କରି ଦୂରେଇ ଦେଇଥିଲେ । ଉଭୟ ପରିବାର ଠାରୁ କୃଷ୍ଣଚନ୍ଦ୍ର ଯୌତୁକ, ସୁନା, ଟଙ୍କା, ଗାଡ଼ି ଆସବାବପତ୍ର ନେଇଥିଲା ।

Art Teacher Arrested In Odisha For Four Marriage

ଆଉ କରୋନା କାଳରେ କୃଷ୍ଣ ଆଉ ୨ ଜଣ ଝିଅଙ୍କୁ ବିବାହ କରିବାର ଜାଣିବାକୁ ପାଇଥିଲେ ଏହି ଦୁଇ ପତ୍ନୀ । ଆଜି ମହିଳା ଥାନାର ଦ୍ୱାରସ୍ତ ହୋଇ ଏମାନେ ନ୍ୟାୟ ପ୍ରଦାନ ପାଇଁ ଅନୁରୋଧ କରିଥିଲେ । ଶେଷରେ ଦୁଇ ମହିଳାଙ୍କ ଅଭିଯୋଗ ଆଧାରରେ କୃଷ୍ଣଚନ୍ଦ୍ରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Reply