ଖାଲି ଠକେଇ ନୁହେଁ ବେଆଇନ୍ ଅର୍ଥ କାରବାରରେ ବି ଲିପ୍ତ ପ୍ରଦୀପ ପାଣିଗ୍ରାହୀ

1 min read

ଭୁବନେଶ୍ୱର: ଠକେଇ ଓ ଚଞ୍ଚକତା ମାମଲାରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟରେ କେତେ ହୋଇଛି କାରବାର । ଗତ ୬ ମାସ ମଧ୍ୟରେ ଯେଉଁ ଟଙ୍କା ଆସିଛି ତାର ଖୋଳତାଡ଼ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇତି ମଧ୍ୟରେ ନିର୍ଦ୍ଦିଷ୍ଟ ଭାବେ କିଛି ସଂସ୍ଥା ନିୟମିତ ଭାବେ ଟଙ୍କା ଡିପୋଜିଟ୍ କରିଛନ୍ତି ପ୍ରଦୀପଙ୍କ ଆକାଉଣ୍ଟରେ । ଏ ସବୁ କିଭଳି ସିଧାସଳଖ ମନି ଲଣ୍ଡ୍ରିଂ ସହ ସମ୍ପୃକ୍ତ ତାର ପ୍ରମାଣ ମିଳିବାରେ ଲାଗିଛି ।

Arrested MLA Pradeep Panigrahi’s Money Laundering Exposed

ସୂର୍ଯ୍ୟକାନ୍ତ ସାହୁଙ୍କ ସୂର୍ଯ୍ୟ ଫିଲିଂ ଷ୍ଟେସନର ଆକାଉଣ୍ଟ ଷ୍ଟେଟମେଣ୍ଟରୁ ବଡ଼ ଖୁଲାସା ହୋଇଛି । ୨୦୨୦ ଅଗଷ୍ଟ ୨୭ ତାରିଖରେ ସୂର୍ଯ୍ୟ ଫିଲିଂ ଷ୍ଟେସନର ଆକାଉଣ୍ଟରେ ୪୦ ଲକ୍ଷ ଟଙ୍କାର କ୍ୟାସ୍ ଡିପୋଜିଟ୍ ହେଉଛି । ତାର କେଇ ମିନିଟ୍ ମଧ୍ୟରେ ଚେକ୍ ଆକାରରେ RTGS ଦ୍ୱାରା ଏହି ଟଙ୍କା ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ କ୍ରେଡିଟ୍ ହେଉଛି । କେବଳ ସେତିକି ନୁହେଁ, ସେହି ୨୭ ତାରିଖରେ ଆକାଶ ପାଠକଙ୍କ ଆକାଉଣ୍ଟକୁ ଯାଇଛି ୧୦ ଲକ୍ଷ ଟଙ୍କା ।

Arrested MLA Pradeep Panigrahi’s Money Laundering Exposed

ସେହିପରି ମୁମ୍ବାଇ ଫ୍ଲାଟ୍ ବାବଦରେ ଥରକେ ୧ ଲକ୍ଷ, ୨ ଲକ୍ଷ ଓ ୧୫ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଛି । ଏହା ମନି ଲଣ୍ଡ୍ରିଂକୁ ସ୍ପଷ୍ଟ ଭାବେ ପ୍ରତୀୟମାନ କରିବା ସହ ଏତେ ଟଙ୍କା କାହିଁକି ଡିପୋଜିଟ୍ ହେଉଥିଲା ତାହା ବି ପ୍ରଶ୍ନ ସୃଷ୍ଟି କରିଛି ? ସୂର୍ଯ୍ୟ ଫିଲିଂ ଷ୍ଟେସନ ଭଳି ଆହୁରି ବହୁ ଲୋକଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଉଭୟ ପ୍ରଦୀପ ପାଣିଗ୍ରାହୀ ଓ ଆକାଶ ପାଠକଙ୍କ ଆକାଉଣ୍ଟକୁ ଭିନ୍ନ ଭିନ୍ନ ସମୟରେ ଟ୍ରାନ୍ସଫର ହୋଇଛି । ଏ ସବୁର ଖୋଳତାଡ଼ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

Arrested MLA Pradeep Panigrahi’s Money Laundering Exposed

ଭାବି ଜ୍ୱାଇଁ ଆକାଶଙ୍କ ସହ ମିଶି ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାଁରେ ପ୍ରଦୀପ ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ପୂର୍ବରୁ ଆକାଶ ପାଠକ ଗିରଫ ହୋଇଥିବା ବେଳେ ଗତକାଲି କ୍ରାଇମବ୍ରାଞ୍ଚ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା । ସ୍ୱତନ୍ତ୍ର କୋର୍ଟ ପ୍ରଦୀପଙ୍କ ଜାମିନ୍ ଖାରଜ କରିବା ପରେ ତାଙ୍କୁ ୧୪ ଦିନ ଲାଗି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ପ୍ରଦୀପ ପାଣିଗ୍ରାହୀ ଏବେ ଝାରପଡ଼ା ଜେଲର ଆଇସୋଲେସନ୍ ୱାର୍ଡରେ ଅଛନ୍ତି ।

Leave a Reply