ତଦନ୍ତକୁ ବାଟବଣା କରୁଥିଲେ ଅଭୟ, ଭିଜିଲାନ୍ସକୁ ଦେଇଥିଲେ ମିଛ ତଥ୍ୟ

1 min read
Arrested IFS Abhayakant Gives Fake Information To Vigilance During Investigation

ଭୁବନେଶ୍ୱର: ଅଭୟକାନ୍ତଙ୍କ ଆକାଉଣ୍ଟର ଖୋଳତାଡ଼ । ଘର, ଆପାର୍ଟମେଣ୍ଟ, ଗାଡ଼ି ପରେ କେଉଁ ବ୍ୟାଙ୍କରେ ଅଛି କେତେ ଧନ ? ଜମା ଟଙ୍କା ଓ ନେଣଦେଣର ଯାଞ୍ଚ କରୁଛି SIT । ଗିରଫ IFS ଅଧିକାରୀ ଅଭୟକାନ୍ତ ପାଠକଙ୍କ ବ୍ୟାଙ୍କ ଆକାଉଣ୍ଟର ଖୋଳତାଡ଼ କରୁଛି SIT । ଏଥିପାଇଁ ଭିଜିଲାନ୍ସ ସେଲ୍ ଅଫିସରେ ୪ ଜଣ ବ୍ୟାଙ୍କ ଅଧିକାରୀ ହାଜର ହୋଇଛନ୍ତି । SBI, ICICI, HDFC କର୍ମଚାରୀ ହାଜର ହୋଇଛନ୍ତି । ୪ ଜଣ ବ୍ୟାଙ୍କ ଅଧିକାରୀଙ୍କୁ SIT ପାଠକଙ୍କ ଟଙ୍କା ଦେଣନେଣ ବାବଦରେ ପଚରାଉଚରା କରୁଛି ।

Arrested IFS Abhayakant Gives Fake Information To Vigilance During Investigation

ବ୍ୟାଙ୍କ ଆକାଉଣ୍ଟର ଦେଣନେଣ ଯାଞ୍ଚ ବେଳେ ଭିଜିଲାନ୍ସ ପାଠକଙ୍କ ଆଉ ଏକ ମିଛ ଧରିଛି । ଠକ ପାଠକଙ୍କ ପୁଅ ଆକାଶଙ୍କ ଆକାଉଣ୍ଟରୁ ମିଳିଥିବା ଟଙ୍କାକୁ ନେଇ ଭିଜିଲାନ୍ସକୁ ମିଛ ତଥ୍ୟ ଦେଇଥିଲେ ଅଭୟ । ଜମି ବିକି ପୁଅ ଆକାଉଣ୍ଟରେ ଟଙ୍କା ରଖିଥିବା ଭିଜିଲାନ୍ସକୁ ଅଭୟ କହିଥିଲେ । ତେବେ, ତଦନ୍ତ ବେଳେ ଅଭୟଙ୍କ କୌଣସି ଜମି ନଥିବା ଜାଣିବାକୁ ପାଇଛି ଭିଜିଲାନ୍ସ ।

Arrested IFS Abhayakant Gives Fake Information To Vigilance During Investigation

ଭୁବନେଶ୍ୱର ଏବଂ ପୁନେରେ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କ ତିନୋଟି ବ୍ୟାଙ୍କ ଆକାଉଣ୍ଟର ଛାନଭିନ୍ କରିଛି SIT । ଆକାଶଙ୍କ ଆକାଉଣ୍ଟରେ ୯.୪୮ କୋଟି ଟଙ୍କା ନଗଦ ଜମା ଏବଂ ଟ୍ରାନ୍ସଫର/କ୍ଲିୟରାନ୍ସ ମାଧ୍ୟମରେ ୫.୨୯ କୋଟି ଟଙ୍କା କାରବାର ହୋଇଛି । ଏହିଭଳି ଭାବେ ଆକାଶଙ୍କ ଆକାଉଣ୍ଟରେ ଜମା ହୋଇଛି ମୋଟ ୧୪.୭୭ କୋଟି ଟଙ୍କା । ଜମି ରେକର୍ଡ ଏବଂ ଶିକ୍ଷାଗତ ଖର୍ଚ୍ଚର ଯାଞ୍ଚ କରାଯାଉଛି । ରାଜ୍ୟ ଫରେନ୍ସିକ୍ ସାଇନ୍ସ ଲାବୋରେଟୋରୀର ଅଧିକାରୀମାନେ ଜବତ ମୋବାଇଲ୍ ଫୋନ୍, ଲାପଟପ୍ ଏବଂ ଅନ୍ୟାନ୍ୟ ଜବତ ଉପକରଣର ଫୋରେନ୍ସିକ୍ ପରୀକ୍ଷା ଆରମ୍ଭ କରୁଛନ୍ତି ।

Leave a Reply