ଖାଲି ହେଲା ଷଣ୍ଢକୁଦ ବସ୍ତି, ବାତ୍ୟା ଆଶ୍ରୟସ୍ଥଳୀରେ ୫୦୦ରୁ ଅଧିକ ଲୋକ

1 min read

ଜଗତସିଂହପୁର: ରାତି ସହ ‘ବୁଲବୁଲ’ ପ୍ରଭାବରେ ବଢ଼ିବାରେ ଲାଗିଛି ବର୍ଷା, ପବନ । ଜଗତସିଂହପୁର ଜିଲ୍ଲାରେ ଶୁକ୍ରବାର ମଧ୍ୟାହ୍ନରୁ ବର୍ଷା ଜାରି ରହିଛି । ପବନର ବେଗ ବଢ଼ିବା ଓ ବର୍ଷାକୁ ଦେଖି ପ୍ରଶାସନ ତଳିଆ ଅଞ୍ଚଳରୁ ଲୋକଙ୍କ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତରିତ କରିଛି । ପାରାଦୀପ ,କୁଜଙ୍ଗ ଓ ତିର୍ତ୍ତୋଲର ତଳିଆ ଅଞ୍ଚଳରୁ ପାଖାପାଖି ୫ ଶହ ଲୋକଙ୍କୁ ପାଖ ବାତ୍ୟା ଆଶ୍ରୟସ୍ଥଳୀକୁ ଜିଲ୍ଲା ପ୍ରଶାସନ ସ୍ଥାନାନ୍ତରିତ କରିଛି ।

ପାରାଦୀପ ଓ କୁଜଙ୍ଗର ତଳିଆ ଅଞ୍ଚଳ ଜଗନ୍ନାଥ କଲୋନୀ, ଗଣ୍ଡକିପୁର, ପାରାଦୀପ ଗଡ଼, ନୂଆଗଡ଼, ପିପଳ ଆଉ ତିର୍ତ୍ତୋଲର କୋଟକଣାବାସୀଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଛି । ଏଥିସହ ୧୯୯୯ ମହାବାତ୍ୟାରେ ସମୁଦ୍ର ଗର୍ଭରେ ବିଲୀନ ହୋଇଥିବା ପାରାଦୀପ ଷଣ୍ଢକୁଦ ଅଞ୍ଚଳରୁ କିଛି ଲୋକଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଛି । ପୂର୍ବରୁ ମାଇକ୍ ଯୋଗେ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କ ସଚେତନ କରାଯାଇଥିଲା । ')}

Leave a Reply