ଶ୍ୱଶୁର ଘରୁ ଆସିଥିବା ପିଠା ଓ ମିଠା ଖାଇ ପରିବାର ଅସୁସ୍ଥ

ବାଲେଶ୍ୱର: ବନ୍ଧୁଘରୁ ଆସିଥିବା ପିଠା ଓ ମିଠା ଖାଇ ୩୦ରୁ ଅଧିକ ଅସୁସ୍ଥ  । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍‌ ଶାସନପାଳ ପଞ୍ଚାୟତର ତୋଟାପଡ଼ା ଗାଁରେ ୩୦ଜଣରୁ ଅଧିକ ଅସୁସ୍ଥ ହୋଇପଡ଼ିଛନ୍ତି । ସମସ୍ତ ଅସୁସ୍ଥଙ୍କୁ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ସ୍ଥିର ଥିବା ଡ଼ାକ୍ତର କହିଛନ୍ତି ।

 ସୂଚନା ଅନୁସାରେ, ତୋଟାପଡ଼ା ଗାଁର ସୁଦାମ ପ୍ରଧାନଙ୍କ ଶ୍ୱଶୁର ଘରୁ ପିଠା ଓ ମିଠା ଭାର ଆସିଥିଲା  । ସୁଦାମଙ୍କ ପରିବାର ତରଫରୁ କୁଟୁମ୍ବ ଓ ପଡ଼ୋଶୀଙ୍କୁ ଖାଇବାକୁ ନିମନ୍ତ୍ରଣ କରାଯାଇଥିଲା । ଏହା ଖାଇବା ପରେ ପଡ଼ୋଶୀ ଓ କୁଟୁମ୍ବ ଲୋକମାନେ ଅସୁସ୍ଥ ହୋଇପଡ଼ିଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ନୀଳଗିରି ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଅନ୍ୟପଟେ ସେହି ଗାଁରେ ଏକ ୪ଜଣିଆ ଟିମ୍ ପହଞ୍ଚିଛି । ୩୦ଜଣ କେଉଁ କାରଣରୁ ଅସୁସ୍ଥ ହୋଇଛନ୍ତି ସେନେଇ ତଦନ୍ତ କରାଯାଉଛି । ଯେଉଁମାନେ ଅସୁସ୍ଥ ହୋଇଛନ୍ତି ସେମାନଙ୍କ କରୋନା ଟେଷ୍ଟ ମଧ୍ୟ କରାଯାଉଛି । ଏହାସହ ଖାଦ୍ୟର ମାନ ମଧ୍ୟ ପରୀକ୍ଷଣ ଦେଖାଯାଉଛି । ଅନ୍ୟପଟେ ଜଣେ ମହିଳା ଗୁରୁତର ହେବାକୁ ତାଙ୍କୁ ଡାକ୍ତରଖାନକୁ ପଠାଯାଇଛି । ଏବଂ ଅନ୍ୟମାନେ ସୁସ୍ଥ ଥିବା ଜଣାପଡ଼ିଛି ।

Leave a Reply