ଚୀନ ସୀମାରୁ ସେନା ପ୍ରତ୍ୟାହାର ପ୍ରଶ୍ନ ଉଠୁ ନାହିଁ: ସ୍ଥଳ ସେନାମୁଖ୍ୟ

ନୂଆଦିଲ୍ଲୀ: ଉଭୟ ପାକିସ୍ତାନ ଓ ଚୀନକୁ ଦେଶର ସମ୍ଭାବ୍ୟ ଶତ୍ରୁ ଭାବେ ବୟାନ କରିଛନ୍ତି ସ୍ଥଳ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନାରାବଣେ । ଏଣୁ ଏହି ଦୁଇ ଦେଶକୁ ଲାଗିଥିବା ସୀମାନ୍ତ ଅଞ୍ଚଳ ଉପରେ ଆମର କଡ଼ା ନଜର ରହିଛି । ଯେଉଁ ଅଞ୍ଚଳରେ ଚୀନ ସେନା ପ’କ୍ଷରୁ ସାମରିକ ଭିତ୍ତିଭୂମି ନିର୍ମାଣ କରାଯାଇଛି ସେଠାରେ ଆମ ସେନା ମୁତ୍ତୟନ ରହିଛନ୍ତି । ଏବେ ସେଠାରୁ ସେନା ପ୍ରତ୍ୟାହାର କରିବା ପ୍ରଶ୍ନ ଉଠୁ ନାହିଁ ବୋଲି ସେ କହିଛନ୍ତି । ତଥାପି ପରସ୍ପର ଭିତରେ ଆଲୋଚନା କରି ଉଭୟ ପକ୍ଷରୁ ମୁତ୍ତୟନ ସେନା ସଂଖ୍ୟା କମାଯିବା ଏବଂ ଉତ୍ତେଜନା ହ୍ରାସ କରିବା ପାଇଁ ଆଲୋଚନା ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି ।

ଚୀନ୍ ସୀମାରୁ ଏହାର ସେନା ପ୍ରତ୍ୟାହାର କରିଥିବା ବିଷୟରେ ନିଜର ପକ୍ଷ ରଖି ଶ୍ରୀ ନରାବଣେ କହିଛନ୍ତି, ଚୀନ ଏହାର ସୀମାରୁ କୌଣସି ସେନା ପୟତ୍ୟାର କରି ନାହିଁ । ପ୍ରତି ବର୍ଷ ଚୀନ ସେନା ଏଠାରେ ସମରାଭ୍ୟାସ ତଥା ତାଲିମ ପାଇଁ ଆସି ଥାଆନ୍ତି । ଶୀତ ଆସିଲେ ତଥା ତାଲିମ ଶେଷ ହେଲେ ସେମାନେ ଫେରି ଯାଇଥା୍ରଆନ୍ତି । ଏହାର ଅର୍ଥ ନୁହେଁ ଯେ ଚୀନ୍ ସେନା ପ୍ରତ୍ୟାହାର କରିଛି । ବରଂ ଆମେ ଏହା ଆଶଙ୍କା କରିବା ଜରୁରୀ ଯେ ଏମାନେ ତିବେତାନ୍ ଘାଟିକୁ ଚାଲି ଯାଇଛନ୍ତି ।

ସେଥିଲାଗି ଏଠାରେ କମ୍ ସଂଖ୍ୟାରେ ଚୀନ୍ ସୈନିକଙ୍କୁ ଦେଖିବାକୁ ମିଳୁଛି । ଆସନ୍ତା ୧୫ ତାରିଖରେ ଆୟୋଜନ ହେବାକୁ ଥିବା ଭାରତୀୟ ସ୍ଥଳସେନା ଦିବସର କିଛିଦିନ ପୂବର୍ରୁ ସାମ୍ବାଦିକମାନଙ୍କୁ ସୂଚନା ଦେବା ସମୟରେ ଶ୍ରୀ ନାରାବଣେ ଏହା କହିଛନ୍ତି । ଏଣୁ ନା ସେମାନଙ୍କ ପକ୍ଷରୁ ବା ଆମ ପକ୍ଷରୁ କୌଣସି ସେନା ପ୍ରତ୍ୟାହାର କରାଯାଇ ନାହିଁ ବୋଲି ସେ କହିଛନ୍ତି ।

କିଛିଦିନ ତଳେ ଚୀନ ସେନା ଅପସାରଣ ନେଇ ଖବର ପ୍ରକାଶ ପାଇଥିଲା । ଏଥିରେ କୁହାଯାଇଥିଲା ଯେ ପିପ୍ୟୁଲ୍ସ ଲିବରେସନ୍ ଆର୍ମି ବା ଚୀନ ସେନା ଏହାର ୧୦ ହଜାର ସୈନିକଙ୍କୁ ପୂବର୍ ଲଦାଖ ନିକଟ ଏଲ୍ଏସିରୁ ଅପସାରଣ କରିଛି । ଏହାକୁ ସେନା ମୁଖ୍ୟ ଏକ ନିୟମିତ ଧାରା ବୋଲି ବୟାନ କରିଛନ୍ତି । ସେ କହିଛନ୍ତି ଯେ ଚୀନ ଏହାର ସେନା ପ୍ରତ୍ୟାହାର କରିନାହିଁ ।

ଏହି ଅଞ୍ଚଳ ଅତ୍ୟଧିକ ଥଣ୍ଡା ପାଇଁ ପରିଚିତ । ଅସହ୍ୟ ଥଣ୍ଡା ହେତୁ ଏ ଅଞ୍ଚଳରେ ମୃତ୍ୟୁ ହାର ମଧ୍ୟ ବଢ଼ିଥାଏ । ଗତବର୍ଷ ଏଠାରେ ମୃତି୍ୟୁହାେର ୦.୧୩ ପ୍ରତିଶତ ଥିବାବେଳେ ଏବର୍ଷ ୦.୧୫ ପ୍ରତିଶତ ରହିଛି ।

Leave a Reply