ବାହାଘର ପୂର୍ବରୁ ବର ଘରୁ ସଶସ୍ତ୍ର ଡକାୟତି, ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଲୁଟ୍

Armed robbery From Groom House Before Marriage

କାମାକ୍ଷାନଗର: ପାଖେଇ ଆସୁଥିଲା ପୁଅ ବାହାଘର, ଆଗେଇ ଚାଲିଥିଲା ପ୍ରସ୍ତୁତି । ବାହାଘର ଲାଗି ଭୋଜିଭାତରୁ ଆରମ୍ଭ କରି ବୋହୂ ପାଇଁ ଗହଣା ସବୁକିଛି କିଣା ସରିଥିଲା । ଆସନ୍ତା ୧୧ ତାରିଖରେ ପଡ଼ିଥାନ୍ତା ହାତଗଣ୍ଠି । ହେଲେ, ହାତଗଣ୍ଠି ପୂର୍ବରୁ ବର ଘର ଲୋକଙ୍କ ହାତ ବାନ୍ଧି ଦେଇଛନ୍ତି ଦୁର୍ବୃତ୍ତ । ବନ୍ଧୁକ ମୁନରେ ଲୁଟି ନେଇଛନ୍ତି ବାହାଘର ପାଇଁ ରଖାଯାଇଥିବା ଅଳଙ୍କାର ଓ ଲକ୍ଷାଧିକ ଟଙ୍କା ।

Armed robbery From Groom House Before Marriage

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସରଦେଇପୁର ଗାଁରେ ରୁହଁନ୍ତି ପ୍ରମୋଦ ମହାନ୍ତି । ପ୍ରମୋଦ ପୁଅ ବାହାଘର ଲାଗି ଘରେ ସାଢ଼େ ପାଞ୍ଚ ଭରି ସୁନା ଓ ଲକ୍ଷେ ଟଙ୍କା ରଖିଥିଲେ । ହେଲେ ସୋମବାର ବିଳମ୍ବିତ ରାତିରେ ସବୁକିଛି ସରିଯାଇଛି । ବିଳମ୍ବିତ ରାତିରେ ବନ୍ଧୁକ ଓ ଭୁଜାଲି ଦେଖାଇ ୧୦ ଜଣ ଦୁର୍ବୃତ୍ତ ଘରୁ ସବୁ କିଛି ଲୁଟି ନେଇଛନ୍ତି । ସୋମବାର ରାତି ପ୍ରାୟ ୧୨ଟା ୪୦ରେ ୧୦ ଜଣ ଦୁର୍ବୃତ୍ତ ରିଭରବଲ୍, ଭୁଜାଲି ଓ ଅନ୍ୟ ମାରଣାସ୍ତ୍ର ଧରି ଘରେ ପଶି ଲୁଟ୍ କରିଥିଲେ ।

Armed robbery From Groom House Before Marriage

ଦୁର୍ବୃତ୍ତ ଘରର ସମସ୍ତ ସଦସ୍ୟଙ୍କୁ ଭୟଭୀତ କରାଇ ପ୍ରଥମେ ଏକ କୋଠରିରେ ଭର୍ତ୍ତି କରି ବାହାରୁ ତାଲା ପକାଇ ବୁଲାଇଥିଲେ କଳାକନା । ପରିବାର ଲୋକ ସାହି ପଡ଼ିଶାଙ୍କୁ ଫୋନ୍ କରି ଜଣାଇବା ପରେ ପଡ଼ୋଶୀ ବାହାରୁ ତାଲା ଭାଙ୍ଗି ପ୍ରମୋଦଙ୍କ ପରିବାର ଲୋକଙ୍କୁ ଉଦ୍ଧାର କରିଥିଲେ । ଏନେଇ କାମାକ୍ଷାନଗର ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ଲୁଟ୍ ଘଟଣାରେ ତଦନ୍ତ କରୁଛି ।

Leave a Reply