ସଚିନଙ୍କ ପୁତ୍ର ଅର୍ଜୁନ ତେନ୍ଦୁଲକର ଖେଳିବେ ଆଇପିଏଲ, ନିଲାମୀ ପ୍ରକ୍ରିୟାରେ ନାଁ ସାମିଲ

ନୂଆଦିଲ୍ଲୀ: ଆଇପିଏଲରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର । ୧୮ ବର୍ଷରୁ କମ ଭାରତୀୟ ଦଳରେ ଖେଳୁଥିବା ଏହି ଯୁବ ଖେଳାଳୀ ଜଣଙ୍କ ଇଣ୍ଡିଆନ ପ୍ରିମିୟର ଲିଗରେ ଚଳିତ ବର୍ଷ ଖେଳିବାକୁ ରେଜିଷ୍ଟ୍ରେସନ କରିପାରନ୍ତି । ୧୮ ଫେବୃଆରୀରେ ଆରମ୍ଭ ହେବାକୁ ଥିବା ଖେଳାଳୀ ନିଲାମୀ ପ୍ରକ୍ରିୟାରେ ସାମିଲ ହେବେ ସଚିନଙ୍କ ପୁଅ ଅର୍ଜୁନ ।

ବାମହାତରେ ଦ୍ରୁତତମ ବୋଲିଂ କରିବାରେ ପାରଙ୍ଗମ ରହିଛନ୍ତି ଅର୍ଜୁନ ତେନ୍ଦୁଲକର । ଅନେକ ଜାତୀୟ ମ୍ୟାଚରେ ନିଜର ପ୍ରତିଭା ଦେଖାଇଥିବା ଅର୍ଜୁନ ଚଳିତ ଆଇପିଏଲରେ ଖେଳିବାକୁ ଥିବାବେଳେ ନିଜର ମୂଲ୍ୟ ୨୦ ଲକ୍ଷ ରଖିଛନ୍ତି । ସେପଟେ ସଚିନଙ୍କ ପୁଅ ପ୍ରଥମଥର ପାଇଁ ଏହି କ୍ରୀଡା ମହାକୁମ୍ଭରେ ଖେଳାବାକୁ ଯାଉଥିବା ବେଳେ, ସୂଚନା ମିଳିବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା ଖବର ।

ଏନେଇ ଏନେକ ଆଇପିଏଲ ପ୍ରଶଂସକ ନିଜ ନିଜର ମତ ପ୍ରକାଶ ମଧ୍ୟ କରିଥିଲେ । ନିଜ ନିଜ ଟିମ ବାଛିବାରେ ମଧ୍ୟ ଲାଗିପଡିଥିଲେ ୟୁଜର । ସେହିପରି ପିତା ତେନ୍ଦୁଲକର ଖେଳୁଥିବା ଟିମରେ ପୁତ୍ର ଅର୍ଜୁନ ଖେଳିବେ ବୋଲି ଅଧିକାଂଶ ଦର୍ଶକ ମତପ୍ରକାଶ କରିଛନ୍ତି । ସଚିନ ଯେପରି ଆଇପିଏଲର ୭୮ ମ୍ୟାଚ ଖେଳିବା ସହ ସମୁଦାୟ ୨୩୩୪ ରନ ସଂଗ୍ରହ କରିଛନ୍ତି, ପୁତ୍ର ମଧ୍ୟ ପିତାଙ୍କ ପଥ ଅନୁସରଣ କରିବା ନେଇ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି ଅନେକ ପ୍ରଶଂସକ ।

Leave a Reply