ବଲିଉଡ୍ ଅଭିନେତା ଅର୍ଜୁନ୍ ରାମପାଲଙ୍କ ଘରୁ ମିଳିଲା ପ୍ରତିବନ୍ଧିତ ଔଷଧ

1 min read
Arjun Rampals Residence At Bandra Being Raided By NCB

ନୂଆଦିଲ୍ଲୀ: ବଲିଉଡ୍- ଡ୍ରଗ୍ସ କନେକ୍ସନ୍ ମାମଲାରେ ଅଭିନେତା ଅର୍ଜୁନ୍ ରାମପାଲଙ୍କ ଘରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରେୋ (NCB) ରେଡ୍ କରିଛି । ରାମପାଲଙ୍କ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଘରେ ଆଜି ଏନସିବିର ଅଧିକାରୀ ରେଡ୍ କରିଥିଲେ । କୁହାଯାଉଛି ରାମପାଲଙ୍କ ଘରେ ଏନସିବି ଡ୍ରଗ୍ସ ଖୋଜୁଛି ।

Arjun Rampals Residence At Bandra Being Raided By NCB

ରାମପାଲଙ୍କୁ ସମନ୍

NCB ରାମପାଲଙ୍କୁ ଜେରା ପାଇଁ ନଭେମ୍ବର ୧୧ରେ ମୁମ୍ବାଇ ସ୍ଥିତ ଅଫିସରେ ହାଜିର୍ ହେବାକୁ ସମନ୍ ଜାରି କରିଛି । ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରେ ଅର୍ଜୁନ୍ ରାମପାଲଙ୍କ ଘରୁ କିଛି ଡିଜିଟାଲ୍ ଡିଭାଇସ୍ ଜବତ କରିଛି । ଯାହାର ଯାଞ୍ଚ କରାଯିବ । ଏଥିସହ ଅର୍ଜୁନ୍ ରାମପାଲଙ୍କ ଲିଭ୍-ଇନ୍ ପାର୍ଟନର ଗାବ୍ରିଏଲାଙ୍କୁ ମଧ୍ୟ ଏନସିବି ସମନ କରିଛି । ଏନସିବିର ଉଚ୍ଚ ଅଧିକାରୀଙ୍କ ଅନୁସାରେ- ରାମପାଲଙ୍କ ଘରୁ ପ୍ରତିବନ୍ଧିତ ଔଷଧ୍ୟ ଜବତ ହୋଇଛି । ଯାହାକି NDPS ଆଇନରେ ଆସୁଛି । ଏହାକୁ ନେଇ ତାଙ୍କ ପାର୍ଟନରଙ୍କୁ ମଧ୍ୟ ପଚରାଉଚରା କରାଯିବ ।

Arjun Rampals Residence At Bandra Being Raided By NCB

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡ୍ ଡ୍ରଗ୍ସ କନେକ୍ସନ୍ ସାମ୍ନାକୁ ଆସିଥିଲା । ଏହାପରେ ଏନସିବି ଫିଲ୍ମ ଇଣ୍ଡଷ୍ଟ୍ରୀ ସହ ଡ୍ରଗ୍ସ ଲିଙ୍କ୍ ଉପରୁ ପରଦା ହଟାଉଛି । ଗତମାସରେ ରାମପାଲଙ୍କ ଗର୍ଲଫ୍ରେଣ୍ଡ ଗ୍ରାବିଏଲାଙ୍କ ଭାଇ ଏଗିସିଆଲୋସ୍ ଡେମେଟ୍ରିଆଡିଜଙ୍କୁ ଡ୍ରଗ୍ସ ମାମଲାରେ ଏନସିବି ଗିରଫ କରିଥିଲା ।

Arjun Rampals Residence At Bandra Being Raided By NCB

ଏଗିସିଆଲୋସ୍ ଡେମେଟ୍ରିଆଡିଜଙ୍କ ନିକଟରୁ ହଶିଶ ଓ ଆଲପ୍ରାଜୋଲାମ୍ ଟାବଲେଟ ମିଳିଥିଲା । ଏହି ୨ଟି ଟାବଲେଟ୍ ନାର୍କୋଟିକ୍ସ ଯୋଗୁଁ ପ୍ରତିବନ୍ଧିତ ଅଟେ । ଏଗିସିଆଲୋସଙ୍କ ସମ୍ପର୍କ ଓମେଗା ଗଡୱିନ୍ ନାମଙ୍କ ବ୍ୟକ୍ତି ସହ ଥିବା କୁହାଯାଉଛି । ଯିଏକି ପୂର୍ବରୁ ମୁମ୍ବାଇକୁ କୋକିନ୍ ସପ୍ଲାଏ ପାଇଁ ଗିରଫ ହୋଇଛି । ଓମେଗା ଗଡୱିନ୍ ନାମ ଆସିବା ପରେ ଏଗିସିଆଲୋସ୍ ଡେମେଟ୍ରିଆଡିଜଙ୍କୁ ଗିରଫ କରାଯାଇଥିଲା ।

ଫିରୋଜ ନାଡିୟାଡୱାଲଙ୍କ ଘରେ ରେଡ୍

ରବିବାର ଏନସିବି ବଲିଉଡ୍ ପ୍ରଯୋଜକ ଫିରୋଜ ନାଡିୟାଡୱାଲାଙ୍କ ଘରେ ଚଢ଼ାଉ କରିଥିଲା । କୁହାଯାଉଛି ଫିରୋଜଙ୍କ ଘରୁ ମଧ୍ୟ ଏନସିବି କିଛି ଡ୍ରଗ୍ସ ଜବତ କରିଛି । ତେବେ, ଏନସିବି ରେଡ୍ ବେଳେ ଫିରୋଜ ଘରେ ଉପସ୍ଥିତ ନଥିଲେ ।

Arjun Rampals Residence At Bandra Being Raided By NCB Riya

ସୂଚନାଯୋଗ୍ୟ, ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀ ସମେତ ପ୍ରାୟ ୨୩ ଜଣ ଗିରଫ ହେଲେଣି । ରିୟାଙ୍କୁ ଅକ୍ଚୋବର ଜାମିନ୍ ମିଳିଥିଲା । ସେ ବିଚାର ବିଭାଗୀୟ ହାଜତରେ ୨୮ ଦିନ ରହିଥିଲେ । ରିୟାଙ୍କ ପୂର୍ବରୁ ଏନସିବି ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା । ସେ ଏବେବି ବିଚାର ବିଭାଗୀୟ ହାଜତରେ ଥିବାବେଳେ ତାଙ୍କ ଜାମିନ୍ ଆବେଦନ ଖାରଜ ହୋଇ ଯାଇଛି ।

Leave a Reply