ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ମୋତେ ଗିରଫ କର: ତେଜସ୍ୱୀ

ପାଟନା : ‘ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ମୋତେ ଗିରଫ କରିପାରନ୍ତି । ହତ୍ୟା ମାମଲାର ସମ୍ପର୍କରେ ଡାକି ପଚାରିପାରନ୍ତି । ଯଦି ହେବ ଆପଣ ଏହି ହତ୍ୟା ମାମଲା ଜାତୀୟ ଏବଂ ଆନ୍ତର୍ଜାତୀୟସ୍ତରୀୟ ଏଜେନ୍ସି ଦ୍ୱାରା ତଦନ୍ତ କରାଇପାରନ୍ତି’’ ଏହା କହିଛନ୍ତି ବିହାର ବିଧାନସଭାର ବିରୋଧୀ ଦଳ ନେତା ତଥା ଆରଜେଡି ନେତା ତେଜସ୍ୱୀ ଯାଦବ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଏକ ଚିଠି ଲେଖି ବୁଧବାର ତେଜସ୍ୱୀ ଏହି ଅନୁରୋଧ କରିଛନ୍ତି ।

କିଛିଦିନ ତଳେ ବିହାର ରାଜ୍ୟର ଆରଜେଡି ଏସସିଏସଟି ସେଲର ଅଧ୍ୟକ୍ଷ ଶକ୍ତି ମଲ୍ଲିକଙ୍କ ହତ୍ୟା ହୋଇଥିଲା । ଦୁବୁର୍ତ୍ତ ଶକ୍ତିଙ୍କୁ ତାଙ୍କ ଘରେ ପଶି ଗୁଳି ମାରି ଚାଲିଯାଇଥିଲେ । ଏହାର କିଛିଦିନପୂର୍ବରୁ ଶକ୍ତି ତେଜସ୍ୱୀଙ୍କୁ ଭେଟିବାକୁ ଆସିଥିଲେ । ଗୋଟିଏ ବିଧାନସଭା ଆସନରୁ ପ୍ରାର୍ଥୀ ହେବାକୁ ଅନୁରୋଧ କରିଥିଲେ । ହେଲେ ତେଜସ୍ୱୀ କୁଆଡେ ତାଙ୍କୁ ୫୦ ଲକ୍ଷ ଟଙ୍କା ମାଗିବା ସହ ଜାତିଆଣ ଆକ୍ଷେପ କରିଥିଲେ । କିଛିଦିନ ହେବ ଶକ୍ତିଙ୍କୁ ଜୀବନରୁ ମାରିଦେବା ପାଇଁ ମଧ୍ୟ ଧମକ ଆସୁଥିଲା । ତେଣୁ ଏହାକୁ ଆଧାର କରି ତେଜସ୍ୱୀ ଯାଦବ ଏବଂ ତେଜପ୍ରତାପ ଯାଦବଙ୍କ ନାଁରେ ଏକ ମାମଲା ମଧ୍ୟ କରାଯାଇଛି । ଏପରିକି ଶକ୍ତିଙ୍କ ପରିବାର ଲୋକ ଖୋଲାଖୋଲି ତେଜସ୍ୱୀ ଏବଂ ଅନ୍ୟ କେତେକ ନେତାଙ୍କୁ ଦାୟୀ କରିଛନ୍ତି । ଏହି ମାମଲା ତେଜସ୍ୱୀଙ୍କୁ ବ୍ୟାକଫୁଟ୍ ରେ ରଖିଥିଲା ।

ହେଲେ ତେଜସ୍ୱୀ ନିଜେ ସେହି ହତ୍ୟା ମାମଲା ତଦନ୍ତ ଦାବି କରି ତାଙ୍କୁ ଗିରଫ କରିବା ପାଇଁ ଖୋଲା ଚିଠି ଲେଖିଛନ୍ତି । ଯାହା ଘଟଣାକୁ ନୂଆ ମୋଡ଼ ଦେଇଛି । ତେଜସ୍ୱୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ‘ପୂର୍ଣ୍ଣିଆ ଜିଲ୍ଲାର ହୋଇଥିବା ଜଣେ ରାଜନେତାଙ୍କ ହତ୍ୟାରେ ସେ ଜେଡିୟୁର ଗଣମାଧ୍ୟମ ପରିଚାଳନାକୁ ଅନୁଧ୍ୟାନ କରିଛନ୍ତି ।  ଏହାକୁ ନେଇ ଜେଡିୟୁ ନେତା ଆଧାରବିହୀନ କଥା କହୁଛନ୍ତି । ଅତୀତରେ ଜାଣିଶୁଣି ବିହାର ଶୀର୍ଷ ନେତୃବୃନ୍ଦ ଏପରି କରିଥିବା ତେଜସ୍ୱୀ କହିଛନ୍ତି । ଏହା ବିହାର ପୋଲିସର ଛବିକୁ ମଳିନ କରିଛି । ତେଣୁ ଏହି ମାମଲାର ତୁରନ୍ତ ସଠିକ୍ ତଦନ୍ତ କରି କ୍ଷୀରନୀରକୁ ଅଲଗା କରାଯାଉ ବୋଲି କହି ତେଜସ୍ୱୀ ଛିଗୁଲେଇଛନ୍ତି।’

Leave a Reply