କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ଷ୍ଟିଲ ପ୍ଲାଣ୍ଟ, ମିତ୍ତଲର ୫୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ

ଭୁବନେଶ୍ୱର: କେନ୍ଦ୍ରାପଡ଼ାରେ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରିବ ଆର୍ସେଲର ମିତ୍ତଲର ନିପୋନ୍ ଷ୍ଟିଲ୍ । ଏନେଇ ଓଡ଼ିଶା ସରକାର ଓ ଆର୍ସେଲର ମିତ୍ତଲ ମଧ୍ୟରେ ଗୁରୁବାର ସ୍ବାକ୍ଷରିତ ହୋଇଛି ଏମଓୟୁ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆର୍ସେଲର ମିତ୍ତଲର ମୁଖ୍ୟ ଲକ୍ଷ୍ମୀ ନାରାୟଣ ମିତ୍ତଲଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ବାକ୍ଷରିତ କରାଯାଇଛି ।

ଏହି ଷ୍ଟିଲ୍ ପ୍ଲାଣ୍ଟ ଲାଗି ମିତ୍ତଲ ପକ୍ଷରୁ ଓଡ଼ିଶାରେ ୫୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରାଯାଉ ଥିବା ନେଇ ସୂଚନା ମିଳିଛି । ଏପରିକି କେନ୍ଦ୍ରାପଡ଼ାରେ ନିର୍ମାଣ ହେବାକୁ ଥିବା ଏହି ଇସ୍ପାତ କାରଖାନାଟି ପାଖାପାଖି ୧୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ହେବ ବୋଲି ଆଧିକାରୀକ ସୁତ୍ରରୁ ପ୍ରକାଶ ।

 

ତେବେ ଏହା ପୂର୍ବରୁ ନବୀନ ନିବାସରେ ମିତ୍ତଲ ଓ ମୁଖ୍ୟମନ୍ତ୍ରୀ ନବୀନଙ୍କ ମଧ୍ୟରେ ଏହି ପ୍ରକଳ୍ପ ନେଇ ଆଲୋଚନା କରାଯାଇଥିଲା।

Leave a Reply