ରେହମାନଙ୍କ ବିରୋଧରେ ଗ୍ୟାଙ୍ଗ୍: ବଲିଉଡରେ କାମ ନମିଳିବାକୁ ନେଇ କଣ କହିଲେ, ଜାଣନ୍ତୁ

1 min read

ମୁମ୍ବାଇ: କଙ୍ଗନାଙ୍କ ପରେ ଏବେ ଓସ୍କାର-ୱିନିଂ ସଙ୍ଗୀତ ନିର୍ଦ୍ଦେଶକ ଏଆର ରେହମାନଙ୍କର ବଲିଉଡ ନେଇ ବଡ ବୟାନ ସାମ୍ନାକୁ ଆସିଛି । ରେହମାନ କହିଛନ୍ତି ଯେ, ତାଙ୍କୁ ଏବେ ବଲିଉଡ଼ ଇଣ୍ଡଷ୍ଟ୍ରିରେ ଅଧିକ କାମ ମିଳୁନାହିଁ କାରଣ ତାଙ୍କ ବିରୋଧରେ ଏକ ଗ୍ୟାଙ୍ଗ କାମ କରୁଛି। ରେହମାନ ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଚଳଚ୍ଚିତ୍ର ଦିଲ ବେଚାରା ପାଇଁ ନଅଟି ଗୀତ ରଚନା କରିଥିଲେ । ଯାହା ଗତ ୨୪ତାରିଖରେ ହଟଷ୍ଟାର ଡିଜନି + ରେ ପ୍ରିମିୟର୍ ହୋଇଥିଲା। ତେବେ ଦିଲ ବେଚେରା ରିଲିଜ ହେବା ପରେ ଏକ ସାକ୍ଷାତକାରେ ସେ କହିଛନ୍ତି ଯେ, ବଲିଉଡର କିଛି ଲୋକେ ତାଙ୍କ ବିଷୟରେ “ମିଥ୍ୟା ଗୁଜବ” ପ୍ରଚାର କରୁଛନ୍ତି।

ସାକ୍ଷାତକାରରେ ରେହମାନ ପ୍ରକାଶ କରିଛନ୍ତି ଯେ, ଦିଲ୍ ବେଚରା ନିର୍ଦ୍ଦେଶକ ମୁକେଶ ଛାବ୍ରାଙ୍କୁ ବଲିଉଡର କିଛି ଲୋକେ ତାଙ୍କ ବିଷୟରେ ଅନେକ ମିଥ୍ୟା କଥା କହିଥିଲେ  । ଏବଂ ତାଙ୍କର ଡେବ୍ୟୁ ଫିଲ୍ମର ସଙ୍ଗୀତ ରଚନା ପାଇଁ ରେହମାନ ଭଲ ଅପସନ୍ ନୁହଁନ୍ତି ବୋଲି କୁହାଯାଇଥିଲା। “ଯେତେବେଳେ ମୁକେଶ ଛାବ୍ରା ତାଙ୍କ ପାଖକୁ ଯାଇଥିଲେ, ରେହମାନ ତାଙ୍କୁ ଦୁଇ ଦିନରେ ଚାରିଟି ଗୀତ ଦେଇଥିଲେ । ଛାବ୍ରାଙ୍କୁ ଅନେକ ଲୋକେ ରେହମାନଙ୍କ ବିରୋଧରେ କାହାଣୀ ଉପରେ କାହାଣୀ ଶୁଣାଇଥିଲେ। ସେ ସବୁ କାହାଣୀ ଶୁଣିଥିଲେ ସତ କିନ୍ତୁ ନିଜର କୌଣସି ମତାମତ ଦେଇନଥିଲେ । ଜଣେ ନିର୍ଦ୍ଦେଶକ ଭାବେ ସେ ବୁଝିପାରିଥିଲେ ଯେ, କାହିଁକି ତାଙ୍କ ପାଖକୁ କୌଣସି କାମ ଆସୁନାହିଁ । ତାଙ୍କ ବିରୋଧରେ ମଧ୍ୟ ନିହାତିଭାବେ ଏକ ଗ୍ୟାଙ୍ଗ କାମ କରୁଥିବେ । ଯାହା ସମଗ୍ର ଇଣ୍ଡଷ୍ଟ୍ରି ପାଇଁ ଏକ ବଡ କ୍ଷତି ।

ଗୁରୁ, ରକଷ୍ଟାର, ଦିଲ୍ ସେ, ରୋଜା, ଲାଗାନ୍, ରାଞ୍ଝଣା ଏବଂ ସ୍ୱେଦେଶ୍ ଭଳି ଚଳଚ୍ଚିତ୍ର ପାଇଁ ସାଉଣ୍ଡଟ୍ରାକ୍ ରଚନା କରିଥିଲେ । ରେହମାନ ଜାଣିଛନ୍ତି ଯେ, ସମସ୍ତ ଦର୍ଶକ ତାଙ୍କଠାରୁ କଣ ଆଶା କରନ୍ତି । ହେଲେ ବଲିଉଡର ଏହି ଗ୍ୟାଙ୍ଗ ପାଇଁ ସେ କୌଣସି ଆଶା ପୂରଣ କରିବାରେ ସଫଳ ହୋଇପାରୁନାହାନ୍ତି । ସେ ଭାଗ୍ୟ ଉପରେ ବିଶ୍ୱାସ ରଖନ୍ତି । ସେ ବିଶ୍ୱାସ କରନ୍ତି ଯେ, ସବୁକିଛି ଭଗବାନଙ୍କ ପାଖରୁ ଆସେ । ତେଣୁ ରେହମାନଙ୍କ ପାଖକୁ ଯେବେ ଯାହା କାମ ଆସେ ସେ ଭଲ ଭାବେ କରନ୍ତି । କିନ୍ତୁ ସେ ସମସ୍ତଙ୍କୁ ସ୍ୱାଗତ କରିଛନ୍ତି । ସେ ଚାହାନ୍ତି ଭଲ ଭଲ  ଚଳଚ୍ଚିତ୍ର ବଲିଉଡରେ ନିର୍ମାଣ ହେଉ । କିନ୍ତୁ ବଲିଉଡର କିଛି ଲୋକଙ୍କ ପାଇଁ ସବୁକିଛି ଖରାପ ହୋଇଚାଲିଛି ।

Leave a Reply