ଲୋକସଭାରେ ବ୍ୟାଙ୍କିଙ୍ଗ୍‌ ନିୟାମକ ସଂଶୋଧନ ବିଲ୍‌ ୨୦୨୦କୁ ଅନୁ​‌ମୋଦନ

1 min read

ନୂଆଦିଲ୍ଲୀ: ଲୋକସଭାରେ ବ୍ୟାଙ୍କିଙ୍ଗ୍‌ ନିୟାମକ ସଂଶୋଧନ ବିଲ୍‌ ୨୦୨୦କୁ ଅନୁ​‌ମୋଦନ ମିଳିଛି । ଏହି ବିଲ୍‌ ଗୃହୀତ ହେବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ମିଳିଛି ଅଧିକ କ୍ଷମତା । ଏହାଫଳରେ ଦେଶରେ ରହିଥିବା ଅର୍ବାନ୍‌ ​କୋ-ଅପରେଟିଭ୍‌ ବ୍ୟାଙ୍କଗୁଡିକ ଏଣିକି ରିଜର୍ଭ ବ୍ୟାଙ୍କର ନିରୀକ୍ଷଣରେ ରହିବେ । ଏଥିପାଇଁ ସରକାରଙ୍କୁ ଗତ ମୌସୁମୀ ଅଧିବେଶନରେ ଜୁନ୍‌ ୨୬ରେ ଆଣିଥିବା ଅଧ୍ୟାଦେଶକୁ ହଟାଇବାକୁ ପଡିଛି । ‌​‌

ଲୋକସଭାରେ ନୂଆ ସଂଶୋଧିତ ବିଲ୍‌କୁ ଅନୁମୋଦନ ମିଳିବା ପରେ ଏହାକୁ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇଁ ପଠାଯିବ । ସ୍ୱୀକୃତି ମିଳିବା ପରେ ଏହା ଆଇନରେ ପରିଣତ ହେବ। ଏହି ବିଲ୍‌ କୌଣସି ମୋରାଟୋରିୟମ୍‌ ଲାଗୁ ବିନା ଏକ ବ୍ୟାଙ୍କର ପୁନର୍ଗଠନ ଏବଂ ମିଶ୍ରଣ ପାଇଁ ଆର୍‌ବିଆଇକୁ କ୍ଷମତା ପ୍ରଦାନ କରୁଛି ।

ବିଲ୍‌ ଗୃହୀତ ହେବା ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ଏହି ବିଲ୍‌ ଦେଶରେ ରହିଥିବା ସମବାୟ ବ୍ୟାଙ୍କଗୁଡିକୁ ସୁଦୃଢ କରିବା ସହ ଜମାକାରୀଙ୍କ ଅର୍ଥର ସୁରକ୍ଷା କରିବ।

Leave a Reply