ଆଇଫୋନ୍ ଲଞ୍ଚ କଲା IPhone ୧୨ ସିରିଜର ସ୍ମାର୍ଟଫୋନ୍, ଜାଣନ୍ତୁ ଫିଚର୍ସ

1 min read

ନୂଆଦିଲ୍ଲୀ: HI ହାଇ ସ୍ପିଡ୍ ଇଭେଣ୍ଟରେ ଆପଲ୍ ଚାରୋଟି ନୂତନ ଆଇଫୋନ୍ ଲଞ୍ଚ କରିଛି । ଆଇଫୋନ୍ ୧୨ ପ୍ରୋ ଏବଂ ଆଇଫୋନ୍ ୧୨ ପ୍ରୋ ମ୍ୟାକ୍ସର ଫିଚର୍ସ ବିଷୟରେ ଆପଲ୍ ଘୋଷଣା କରିଛି । ଆଇଫୋନ୍ ୧୨ପ୍ରୋ ର ମୂଲ୍ୟ ଭାରତରେ ୭୯,୯୯୯ ରୁ ଆରମ୍ଭ ହେବ । ଆଇଫୋନ୍ ୧୨ ପ୍ରୋ ମ୍ୟାକ୍ସର ମୂଲ୍ୟ ୧,୨୯,୯୦୦ ଟଙ୍କା ରଖାଯାଇଛି । ଆଇଫୋନ୍ ୧୨ ପ୍ରୋ ଏବଂ ଆଇଫୋନ୍ ୧୨ ପ୍ରୋ ମ୍ୟାକ୍ସରେ 5G ସପୋର୍ଟ ରହିଛି । ଏବେ ଭାରତରେ 5G ଉପଲବ୍ଧ ନଥିବାରୁ ଏହି ଫିଚର୍ସର ଲାଭ ଭାରତରେ ମିଳିବ ନାହିଁ ।

ଆଇଫୋନ୍ ୧୨ ପ୍ରୋରେ ୬.୧ -ଇଞ୍ଚ OLED ଡିସପ୍ଲେ ରହିଥିବାବେଳେ ଆଇଫୋନ୍ ୧୨ପ୍ରୋ ମ୍ୟାକ୍ସରେ ୬.୭-ଇଞ୍ଚ OLED ଡିସପ୍ଲେ ରହିଛି । ଏହି ଦୁଇଟି ସ୍ମାର୍ଟଫୋନ୍ ମଧ୍ୟରେ ଡିସପ୍ଲେ ସାଇଜ୍ ର ହିଁ ପାର୍ଥକ୍ୟ ରହିଛି । ଆଇଫୋନ୍ ୧୨ ପ୍ରୋ ମଡେଲଗୁଡିକର ଡିଜାଇନ୍ ବିଷୟରେ କହିବାକୁ ଗଲେ, ଫୋନରେ ଏକ ଷ୍ଟିଲ୍ ଡିଜାଇନ୍ ଥିବାବେଳେ ଆଇଫୋନ୍ ୧୨ରେ ଆଲୁମିନିୟମ୍ ବ୍ୟବହାର କରାଯାଇଛି । ଏହି ଫୋନ୍ ଚାରୋଟି ରଙ୍ଗରେ ଉପଲବ୍ଧ ହେବ । ତାହା ହେଉଛି ଗ୍ରେ, ଷ୍ଟେନଲେସ୍ ଷ୍ଟିଲ୍, ଗୋଲ୍ଡେନ୍ ଏବଂ ନୀଳ ରଙ୍ଗରେ ଉପଲବ୍ଧ ହେବ ।

ଆଇଫୋନ୍ ୧୨ସିରିଜର ସମସ୍ତ ସ୍ମାର୍ଟଫୋନରେ ଆପଲ୍ A14 ବାୟୋନିକ୍ ଚିପ୍ ଦିଆଯାଇଛି । କମ୍ପାନୀ ଅନୁଯାୟୀ, ଏହା ସବୁଠୁ ଫାଷ୍ଟ ପ୍ରୋସେସର୍ ଯାହା କୌଣସି ସ୍ମାର୍ଟଫୋନରେ ଏଯାଏଁ ଦିଆଯାଇନାହିଁ । ଆପଲ୍ A14 ବାୟୋନିକ୍ ହେଉଛି ପ୍ରଥମ ମୋବାଇଲ୍ ପ୍ରୋସେସର୍ ଯାହା ୫ ନାନୋମିଟର ପ୍ରକ୍ରିୟାରେ ତିଆରି ହୋଇଛି । ଏଥିରେ ୬ ଟି CPU କୋର ଏବଂ ଚାରୋଟି GPU କୋର ରହିଛି ।

ଆପଲ୍ ଦାବି କରିଛି ଯେ, ଏହି ଚିପସେଟ ଗୁଡିକ ଅନ୍ୟ ସ୍ମାର୍ଟଫୋନ୍ ତୁଳନାରେ ୫୦ ପ୍ରତିସତ ଫାଷ୍ଟ ହେବ । ଆଇଫୋନ୍ ୧୨ ପ୍ରୋ ଏବଂ ଆଇଫୋନ୍ ୧୨ ପ୍ରୋ ମ୍ୟାକ୍ସରେ LiDAR ସେନ୍ସର ରହିଛି । ଏହା କମ୍ ଲାଇଟ୍ ରେ ଫଟୋଗ୍ରାଫି ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ । ଆଇଫୋନ୍ ୧୨ ସିରିଜକୁ ମଜବୁତ କରିବାକୁ କମ୍ପାନୀ ସେରାମିକ୍ ସିଲ୍ଡ ଟେକ୍ ବ୍ୟବହାର କରିଛି । ଫୋନ୍ ଯଦି ପକେଟରୁ ତଳକୁ ଖସିପଡ଼ିବ ତାହେଲେ ମଧ୍ୟ ଏହାର ଭାଙ୍ଗିବାର ସମ୍ଭାବନା ବହୁତ କମ୍ । ଅନ୍ୟ ଫୋନ୍ ତୁଳନାରେ ଏହା ଅଧିକ ଶକ୍ତିଶାଳୀ ବୋଲି କମ୍ପାନୀ କହିଛି । ଆଇଫୋନ୍ ୧୨ ପ୍ରୋରେ ଟ୍ରିପଲ୍ ରିୟର କ୍ୟାମେରା ରହିଛି । ଏଥିରେ ୧୨ ମେଗାପିକ୍ସେଲ ୱାଇଡ୍, ଟେଲିଫୋଟୋ ଏବଂ ଅଲ୍ଟ୍ରା ୱାଇଡ୍ କ୍ୟାମେରା ରହିଛି ।

Leave a Reply