iPhoneର ପଛରେ ରହିଛି ଏକ ଆଶ୍ଚର୍ଯ୍ୟଜନକ ବଟନ, ବହୁତ ଲୋକ ଜାଣିନାହାନ୍ତି ଏହାର ବ୍ୟବହାର

1 min read

ଆଜିର ସମୟରେ ସବୁ ଯୁବପିଡ଼ିଙ୍କ ପସନ୍ଦ ଆଇଫୋନ୍ । ଆଇଫୋନ ଧରିବା ପାଇଁ ସମସ୍ତଙ୍କ ମନରେ ଏକ ପ୍ରକାରର ଉତ୍ସାହ ଦେଖିବାକୁ ମିଳେ । ଆଇଫୋନରେ ଥିବା ଲୋଗ ଅଧିକ ଆକର୍ଷଣ ହୋଇଥାଏ । କିନ୍ତୁ କିଛି ଲୋକ ଆଇଫୋନ ଧରିଥାନ୍ତି କିନ୍ତୁ ବ୍ୟବହାର ସମସ୍ତଙ୍କୁ  ସ୍ୱଳ୍ପ ମାତ୍ରାରେ ଜଣାଥାଏ । ଆପଲ୍ ଏହାର ଆଇଫୋନ୍ ସ୍ମାର୍ଟଫୋନରେ ଏକ ନୂଆ ବଟନକୁ ସାମିଲ କରିଛି । ଯାହା ଖୁବ୍ କମ୍ ଉପଭୋକ୍ତା ଜାଣିଛନ୍ତି । କମ୍ପାନୀ କେବଳ ଏହାର ଅତ୍ୟାଧୁନିକ ଅପରେଟିଂ ସିଷ୍ଟମ୍ iOS ୧୪ ମାଧ୍ୟମରେ ସଫ୍ଟୱେରକୁ ଅପଡେଟ୍ କରିନାହିଁ ବରଂ ଏକ ହାର୍ଡୱେର୍ ଫିଚରକୁ ମଧ୍ୟ ସାମିଲ କରିଛି ।

ଯଦି ଦେଖିବା ତେବେ ଆପଲ୍ ବ୍ୟାକ୍ ଟ୍ୟାପ୍ ନାମକ ଏକ ଫିଚର ତାର ଫୋନରେ ଡେଭଲପ କରିଛି । ଏହା ମାଧ୍ୟମରେ, ଆଇଫୋନର ପଛ ପ୍ୟାନେଲ୍ ଏକ  ବଟନରେ ପରିଣତ ହୋଇଛି ।  ଉପଭୋକ୍ତାମାନେ ପଛ ପ୍ୟାନେଲରେ ଟ୍ୟାପ୍ କରି ଫୋନରୁ ଅନେକ କାମ କରିପାରିବେ । ବିଶେଷ କଥା ହେଉଛି ଏଥିପାଇଁ ଆପଣଙ୍କୁ ପଛ ପ୍ୟାନେଲର କୌଣସି ନିର୍ଦ୍ଦିଷ୍ଟ ଅଂଶ ଟ୍ୟାପ୍ କରିବାକୁ ପଡ଼ିବ ନାହିଁ । କାରଣ ପୁରା ବ୍ୟାକ୍ ପ୍ୟାନେଲ୍ ନିଜେ ଏକ ବଟନ୍ ରେ ପରିଣତ ହୁଏ ।

ଏହି ଆଶ୍ଚର୍ଯ୍ୟଜନକ ଫିଚର ବ୍ୟବହାର କରିବାକୁ ହେଲେ ପ୍ରଥମେ ଆପଣଙ୍କୁ ଫୋନର ସେଟିଂକୁ ଯାଇ ବ୍ୟାକ୍ ଟ୍ୟାପ୍ ଫିଚରକୁ ଟର୍ନ୍ ଅନ୍ କରିବାକୁ ପଡ଼ିବ । ଏଥିପାଇଁ, ଆକ୍ସେସିବିଲିଟିରେ ସେଟିଂସମୂହକୁ ଯାଆନ୍ତୁ ଏବଂ ତା’ପରେ ଟଚ୍ ବିଭାଗକୁ ଯାଆନ୍ତୁ । ସେଠାରେ ଆପଣ ବ୍ୟାକ୍ ଟ୍ୟାପ୍ ଅପ୍ସନ୍ ଦେଖିବେ । ଏହାକୁ ଟର୍ନ୍ ଅନ୍ କରନ୍ତୁ ।

ବର୍ତ୍ତମାନ ଆପଣଙ୍କୁ ଦୁଇଟି ବିକଳ୍ପ ଦିଆଯିବ – ଡବଲ୍ ଟ୍ୟାପ୍ ଏବଂ ଟ୍ରିପଲ୍ ଟ୍ୟାପ୍ । ଏହି ବିକଳ୍ପଗୁଡ଼ିକ ମଧ୍ୟରୁ ଗୋଟିଏ ବାଛିବା ପରେ, ଆପଣଙ୍କୁ କିଛି ଫିଚର୍ସର ଏକ ତାଲିକା ଦିଆଯିବ । ଉଦାହରଣ ସ୍ୱରୂପ, ଯଦି ଆପଣ ଲକ୍ ସ୍କ୍ରିନ୍ ବିକଳ୍ପ ଚୟନ କରନ୍ତି, ତେବେ ଆପଣ ପଛ ପ୍ୟାନେଲରେ ଦୁଇ କିମ୍ବା ତିନୋଟି ଟ୍ୟାପ୍ କରି ସ୍କ୍ରିନ୍ ଲକ୍ କରିପାରିବେ । ସେହିଭଳି, ଯଦି ଆପଣ ଚାହାଁନ୍ତି, ଆପଣ ପଛ ପ୍ୟାନେଲରୁ ଏକ ସ୍କ୍ରିନସଟ୍ ମଧ୍ୟ ନେଇପାରିବେ ।

Leave a Reply