ଭିନ୍ନକ୍ଷମ ତାଲିମ୍ କେନ୍ଦ୍ରରେ ସେକ୍ସ ରାକେଟ, ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ ସୁରେଶ

1 min read

ଭୁବନେଶ୍ୱର: ଲଗାତାର ଖବର ପ୍ରସାରଣ ପରେ ଶେଷରେ ଧରାପଡ଼ିଲା କାମୁକ ସୁରେଶ ବେହେରା । ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ସେକ୍ସ ରାକେଟର ମୁଖ୍ୟ ଅଭିଯୁକ୍ତ ଏବେ ପୋଲିସ ଫାନ୍ଦରେ ପଡ଼ିଛି । ଭିନ୍ନକ୍ଷମ ଅନ୍ତେବାସୀଙ୍କୁ ଦେହ କାରବାରରେ ଲିପ୍ତ କରାଉଥିବା ନେଇ ଥାନାରେ ମାମଲା ହୋଇଥିଲା । ଆଉ ସେବେଠୁ ଫେରାର ଥିଲା ସୁରେଶ ।

AOOHWA Sex Racket, Police Nabbed Secretary Suresh Behera

କାମୁକ କାର୍ପଟଦାର ସୁରେଶ ବେହେରାକୁ ଧରିଲା ପୋଲିସ । ରାଜଧାନୀରେ ଭିନ୍ନକ୍ଷମ ତାଲିମ କେନ୍ଦ୍ର ନାଁରେ ସେକ୍ସ ରାକେଟ ଚଳାଇଥିଲା ମୁଖ୍ୟ ଅଭିଯୁକ୍ତ ରାକେଶ । ଥାନାରେ ମାମଲା ହେବା ପରଠାରୁ ସେ ଫେରାର ଥିଲା । ଏନେଇ ଲଗାତାର ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ କରାଯାଉଥିଲା । ଏହାପରେ କମିଶନରେଟ ପୋଲିସ ସମ୍ପାଦକ ସୁରେଶ ବେହେରାକୁ ଧରିବା ପାଇଁ ଜାଲ ବିଛାଇଥିଲା । ଏବେ ପୋଲିସ ହେପାଜତରେ ଚାଲିଛି ମାରାଥନ ଜେରା । ଭିନ୍ନକ୍ଷମ ତାଲିମ କେନ୍ଦ୍ର ନାଁରେ କିଭଳି ଚାଲିଥିଲା ସେକ୍ସ ରାକେଟ ସେନେଇ ପଚରାଉଚରା ଚାଲିଛି ।

AOOHWA Sex Racket, Police Nabbed Secretary Suresh Behera

ଭୁବନେଶ୍ୱର ପଲାସପଲ୍ଲୀ ସ୍ଥିତ ନିଖିଳ ଓଡ଼ିଶା ଭିନ୍ନକ୍ଷମ କଲ୍ୟାଣ ସଂଘରେ ସେକ୍ସ ରାକେଟ ଚଲାଇଥିଲା ସୁରେଶ । ସଂପାଦକ ପଦବୀରେ ଥାଇ ଭିନ୍ନକ୍ଷମ ଅନ୍ତେବାସୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଥିଲା । ତାଲିମ କେନ୍ଦ୍ରକୁ ଦେହଜୀବୀ ମଧ୍ୟ ଆସୁଥିଲେ । ସରକାରୀ ବାବୁଙ୍କୁ ଝିଅ ଭେଟି ଦେଉଥିବା ଅଭିଯୋଗ ହୋଇଥିଲା । ଖୋର୍ଦ୍ଧା ଡିଏସଏସଓ କାର୍ଯ୍ୟାଳୟର ଜଣେ ଅଧିକାରୀ ଗ୍ରାହକ ହୋଇ ଆସିଥିବା ଭିଡିଓ ଭାଇରାଲ ହୋଇଥିଲା । ବାରମ୍ବାର ଖବର ପ୍ରସାରଣ ପରେ ପ୍ରଶାସନର ନିଦ ଭାଙ୍ଗିଥିଲା ।

AOOHWA Sex Racket, Police Nabbed Secretary Suresh Behera

ସୁରେଶଙ୍କ ସହଯୋଗୀ ମଧୁମଞ୍ଜରୀଙ୍କୁ ପୂର୍ବରୁ ଗିରଫ କରିଥିଲା ପୋଲିସ । ସୁରେଶ ଏବେ ଧରାପଡ଼ିବା ପରେ ଅନେକ ଗୁମର ଫିଟିବ ବୋଲି ଅନୁମାନ କରାଯାଉଛି । ଏବେ ପ୍ରଶ୍ନ ଉଠୁଛି-

ଗ୍ରାହକ ହୋଇ ଆସୁଥିବା ବାବୁଙ୍କର ତାଲିକା ପ୍ରସ୍ତୁତ ହେବ ତ ?

କେଉଁ ଫାଇଲ ଏପଟ ସେପଟ କରିବାକୁ ଦିଆଯାଉଥିଲା ଝିଅ ଭେଟି ?

ମଧୁ ଓ ସୁରେଶ ପରେ ଏବେ କାହା ପାଳି ?

Leave a Reply