ଜାଣନ୍ତୁ ଟ୍ୱିଟରରେ କାହିଁକି ଟ୍ରେଣ୍ଡ କରୁଛି ‘ବୟକଟ୍ ପାତାଲ ଲୋକ’ !

1 min read

ନୂଆଦିଲ୍ଲୀ: ନିକଟରେ ରିଲିଜ ହୋଇଥିବା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପ୍ରଯୋଜିତ ୱେବ୍ ସିରିଜ ‘ପାତାଲ ଲୋକ’ କୁ ନେଇ ସମସ୍ୟା ବଢ଼ିବାରେ ଲାଗିଛି । ଏହି ୱେବ ସିରିଜର କିଛିଟା ସିନ୍ କୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି । ଏମିତିକି କିଛି ଅଞ୍ଚଳରେ ତ ଏହାକୁ ନେଇ ଏତଲା ମଧ୍ୟ ଦିଆଯାଇଛି ।  ଅନୁଷ୍କା ଶର୍ମାଙ୍କ ପ୍ରଯୋଜିତ ‘ପାତାଲ ଲୋକ’କୁ ବୟକଟ୍ କରିବା ପାଇଁ ଟ୍ୱିଟରରେ ଦାବି ଜୋର ଧରିବାରେ ଲାଗିଛି ।

ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ‘ପାତାଲ ଲୋକ’

ସୋସିଆଲ ମିଡିଆରେ ‘ପାତାଲ ଲୋକ’ ଟ୍ରେଣ୍ଡରେ ରହିଥିବାବେଳେ ଅନୁଷ୍କା ଶର୍ମାଙ୍କୁ ଏଥିପାଇଁ ଟ୍ରୋଲ ମଧ୍ୟ କରାଯାଉଛି । ଏହି ୱେବ ସିରିଜ ଉପରେ ସାମାଜିକ ଶାନ୍ତି ଏବଂ ସନ୍ତୁଳନ ବିଗାଡ଼ୁଥିବା ଭଳି ସଙ୍ଗୀନ ଆରୋପ ଲଗାଯାଇଛି । ‘ପାତାଲ ଲୋକ’ରେ ପୋଲିସର ଭୁଲ ଛବି ଦର୍ଶାଇବା, ହିନ୍ଦୁ ବିରୋଧୀ ଏବଂ ବ୍ରାହ୍ମଣ ବିରୋଧୀ ହେବାର ଅଭିଯୋଗ ଆସିଛି ।

https://twitter.com/krishnasdwar/status/1264477793485635584

କଣ ରହିଛି ‘ପାତାଲ ଲୋକ’ କୁ ନେଇ ଆପତ୍ତି ?

‘ପାତାଲ ଲୋକ’ କୁ ବିରୋଧ କରୁଥିବା ବ୍ୟକ୍ତି ମାନଙ୍କ କହିବା ଅନୁସାରେ ଫିଲ୍ମରେ ତ୍ୟାଗୀ, ଗୁର୍ଜର ସମାଜର ଭୁଲ ଛବି ଦର୍ଶାଯାଇଛି । ଏଥିରେ ହିନ୍ଦୁ ଭିଡ଼ ମୁସଲମାନଙ୍କୁ ପିଟି ପିଟି ହତ୍ୟା କରାଯିବା ଏବଂ ହିନ୍ଦୁ ଦେବାଦେବୀଙ୍କ ମନ୍ଦିର ଏବଂ ଆଶ୍ରମ ସାମ୍ନାରେ ମାଂସ ଖାଉଥିବା ଦୃଷ୍ୟ ରହିଛି । ମୁସଲମାନ ଚରିତ୍ର ଗୁଡ଼ିକୁ ସିଧାସାଧା ଏବଂ ସଚ୍ଚୋଟ ତଥା ଧାର୍ମିକ ରୂପରେ ନିର୍ଯାତିତ ଦର୍ଶାଯାଇଛି । ଏମିତିକି ସିବିଆଇକୁ ମଧ୍ୟ ଭୁଲ ଭାବରେ ଦର୍ଶାଯାଇଛି ।

ଏହା ପୂର୍ବରୁ ଲୟର ଗିଲ୍ଡ ମେମ୍ବରର ସଦସ୍ୟ ଏବଂ ଓକିଲ ବୀରେନ ସିଂହ ଗୁରୁଙ୍ଗ ପ୍ରଯୋଜକ ଅନୁଷ୍କା ଶର୍ମାଙ୍କୁ ନୋଟିସ ପଠାଇ ୱେବ ସିରିଜ ଉପରେ କିଛି ପ୍ରଶ୍ନ ଉଠାଇଛନ୍ତି ।  ତାଙ୍କ କହିବା ଅନୁସାରେ ୱେବ ସିରିଜରେ ଜାତିସୂଚକ ଶବ୍ଦର ବ୍ୟବହାର ହୋଇଛି । ଯେଉଁଥିରେ  ଗୋର୍ଖା ସମୁଦାୟର ଅପମାନ ହୋଇଛି । ଗୋର୍ଖା ସମ୍ପ୍ରଦାୟ ବିନା ସର୍ତ୍ତରେ କ୍ଷମା ଏବଂ ଡିସକ୍ଲେମରର ଦାବି କରାଯାଇଛି.

ପୋଲିସ ପର୍ଯ୍ୟନ୍ତ ପହଁଞ୍ଚିଲା ମାମଲା

ଏହା ପରେ ଗାଜିଆବାଦର ଲୋନି ଅଞ୍ଚଳର ବିଜେପି ବିଧାୟକ ନନ୍ଦକିଶୋର ଗୁର୍ଜର ୱେବ୍ ସିରିଜ୍ ସଂପର୍କରେ ଲୋନି ପୋଲିସ ଷ୍ଟେସନରେ ଅନୁଷ୍କାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଫଟୋ ଶୋ’ରେ ବିନା ଅନୁମତିରେ ଏକ ଦୃଶ୍ୟରେ ୱାଣ୍ଟେଡ୍ ମାଫିଆଙ୍କ ସହ ବ୍ୟବହାର କରାଯାଇଛି। ରସୁକା ଅଧୀନରେ ଅନୁଷ୍କା ଶର୍ମାଙ୍କ ବିରୋଧରେ ବିଧାୟକ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ କାରଣ ତାଙ୍କ ଅନୁଯାୟୀ ଅନୁଷ୍କା ପାକିସ୍ତାନକୁ ଆତଙ୍କବାଦୀ ଦେଶରୁ ମୁକ୍ତ କରିବାକୁ ଚେଷ୍ଟା କରିଛନ୍ତି ଏବଂ ବିଶ୍ୱସ୍ତରରେ ଭାରତବର୍ଷର ମାନ ସମ୍ମାନକୁ ତଳେ ପକାଇଛନ୍ତି ।

ଜଣାଇ ରଖୁଛୁ ଯେ, ଅନୁଷ୍କା ଶର୍ମାଙ୍କର ଏହି ୱେବ୍ ସିରିଜ୍ ସେଲିବ୍ରିଟି ସମେତ ପ୍ରଶଂସକଙ୍କ ଠାରୁ ଜବରଦସ୍ତ ପ୍ରତିକ୍ରିୟା ଗ୍ରହଣ କରୁଛି | ଏହାର ନିର୍ଦ୍ଦେଶନା ଦେଇଛନ୍ତି ସୁଦୀପ ଶର୍ମା। ଏହି ଶୋ’ରେ ଜୟଦୀପ ଅହଲୱାଟ, ନୀରଜ କାବି, ଅଭିଷେକ ବାନାର୍ଜୀ, ଇଶ୍ୱକ ସିଂ ପ୍ରମୁଖ ଭୂମିକାରେ ନଜର ଆସିଥିଲେ । ସୀରୀଜରେ ସମସ୍ତ କଳାକାରଙ୍କ ଅଭିନୟକୁ ଖୁବ ପ୍ରଂଶସା କରାଯାଉଛି । ଏପର୍ଯ୍ୟନ୍ତ ସିରିଜରେ ଘଟୁଥିବା ବିବାଦକୁ ନେଇ ଅନୁଷ୍କା ଶର୍ମାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply