ଅନୁରାଗ କଶ୍ୟପଙ୍କ ଅଭିଯୋଗ, ରବି କିଶନ ଗଞ୍ଜେଇ ଟାଣୁଥିଲେ

ନୂଆଦିଲ୍ଲୀ: ବଲିଉଡ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ନିଜର ରୋକଠୋକ କଥା ପାଇଁ ବେଶ୍ ପରିଚିତ । ନିକଟରେ ଗଣମାଧ୍ୟମ ସାକ୍ଷାତକାରରେ ବଲିଉଡରେ ଡ୍ରଗ୍ସ କାରବାର ଏବଂ ସୁଶାନ୍ତ ସିଂ ରାଜପୂତ ମୃତ୍ୟୁ ମାମଲାରେ ନିଜର ମତ ରଖିଛନ୍ତି । ଏହି ସାକ୍ଷାତକାରରେ ସେ ସାଂସଦ ରବି କିଶନଙ୍କ ଡ୍ରଗ ଆବ୍ୟୁଜ ମାମଲାକୁ ନେଇ ଦେଇଥିବା ବୟାନକୁ ବିରୋଧ କରିଛନ୍ତି । ପୂର୍ବରୁ ରବି କିଶନ ମଧ୍ୟ ଗଞ୍ଜେଇ ପିଉଥିଲେ ବୋଲି ସେ ତାଙ୍କ ବୟାନରେ ଉଲ୍ଲେଖ କରିଛନ୍ତି ।


ଅନୁରାଗଙ୍କ କହିବା ଅନୁସାରେ ସେ ଦୀର୍ଘ ସମୟ ହେବ ରବି କିଶନଙ୍କୁ ଜାଣିଛନ୍ତି । କାରଣ ସେ ତାଙ୍କ ବନ୍ଧୁ । ସେ ତାଙ୍କ ଫିଲ୍ମ ମୁକ୍କାବାଜରେ ଅଭିନୟ କରିଥିଲେ । ସେ ଜୟ ଶିବ ଶଙ୍କର,ଜୟ ବମ୍ ଭୋଲେ ଓ ଶିବ ଶିବ ସମ୍ଭୁ କହି ଦିନର ଆରମ୍ଭ କରନ୍ତି । ଏଭଳି ଏକ ସମୟ ଥିଲା ଯେତେବେଳେ ସେ ମଧ୍ୟ ଗଞ୍ଜେଇ ପିଉଥିଲେ । ଏହା ହିଁ ଜୀବନ । ଏହା ବିଷୟରେ ସମସ୍ତେ ଜାଣନ୍ତି । ତେବେ ଏଭଳି କୌଣସି ବ୍ୟକ୍ତି ନାହିଁ ଯିଏ ଜାଣି ନାହିଁ ଯେ ରବି କିଶନ ଗଞ୍ଜେଇ ପିଉଥିଲେ । ଅବଶ୍ୟ ସେ ଏବେ ଏହା ଛାଡ଼ି ସାରିଥିବେ । କାରଣ ଏବେ ସେ ଜଣେ ସାଂସଦ । ତେବେ ଏହି କଥାକୁ ଡ୍ରଗ୍ସ ସହିତ ଯୋଡ଼ାଯିବା ଉଚିତ୍ କି, ବୋଲି ପ୍ରଶ୍ନ କରିଛନ୍ତି ଅନୁରାଗ କଶ୍ୟପ । କେବେ ମଧ୍ୟ ଗଞ୍ଜେଇକୁ ଡ୍ରଗ୍ସ ସହିତ ଯୋଡ଼ିବି ନାହିଁ ବୋଲି ନିଜର ବୟାନରେ କହିଛନ୍ତି ଅନୁରାଗ । ଯଦିଓ ରବି ସ୍ମୋକ କରୁଥିଲେ,ଗଞ୍ଜେଇ ପିଉଥିଲେ, ତଥାପି କେବେ ମଧ୍ୟ ନିଜ କାମରେ ଢିଲା କରି ନାହାଁନ୍ତି । କୌଣସି ଖରାପ କାମ ମଧ୍ୟ କରନ୍ତି ନାହିଁ ବୋଲି ଅନୁରାଗ ତାଙ୍କ ବୟାନରେ କହିଛନ୍ତି ।

Leave a Reply