ଅନୁଭବ-ବର୍ଷା ମାମଲା, ମହିଳା କମିଶନ କହିଲେ ଆପୋସ ବୁଝାମଣା ପାଇଁ ହେବ ଉଦ୍ୟମ

1 min read
Anubhav Varsha Conflict

ଭୁବନେଶ୍ୱର: କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରୀୟଦର୍ଶିନୀଙ୍କ ପାରିବାରିକ କଳହ ମାମଲା । ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ପାଇଁ ଉଦ୍ୟମ କରିବେ ରାଜ୍ୟ ମହିଳା କମିଶନ । ମଙ୍ଗଳବାର ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା । ମାମଲାକୁ ଗ୍ରହଣ କରି ବୁଝାମଣା କରିବାକୁ ଉଦ୍ୟମ କରାଯିବ ବୋଲି କମିଶନ ମତ ଦେଇଛନ୍ତି । ଆବଶ୍ୟକ ହେଲେ ସାଂସଦ ଅନୁଭବ ମହାନ୍ତିଙ୍କୁ ନୋଟିସ୍ ମଧ୍ୟ କରାଯିବ ବୋଲି କମିଶନ ଅଧ୍ୟକ୍ଷା ଡ଼ଃ ମିନତୀ ବେହେରା କହିଛନ୍ତି ।

ସୂଚନାଯୋଗ୍ୟ, କିଛି ଦିନର ବ୍ୟବଧାନ ପରେ ମଙ୍ଗଳବାର ବର୍ଷା-ଅନୁଭବ ମାମଲା ନୂଆ ମୋଡ଼ ନେଇଥିଲା । ବର୍ଷା ପ୍ରିୟଦର୍ଶିନୀ ମହିଳା କମିଶନରଙ୍କ ନିକଟରେ ଫେରାଦ ହୋଇଥିଲେ । କେଉଁ କାରଣରୁ ସେ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ସେନେଇ କୌଣସି ସଠିକ୍ ସୂଚନା ମିଳିପାରିନଥିଲା ।

ତେବେ ଏହାର ଦିନକ ପୂର୍ବରୁ ଅନୁଭବଙ୍କ ବାନ୍ଧବୀ କୁହାଯାଉଥିବା ଜାଗୃତି ଶୁକ୍ଲା ଫେସବୁକ୍ ପୋଷ୍ଟ ମାଧ୍ୟମରେ ଅନୁଭବ ଓ ତାଙ୍କୁ ନେଇ ହେଉଥିବା ଚର୍ଚ୍ଚା ବିଷୟରେ ମୁହଁ ଖୋଲିଥିଲେ । ସେ କହିଥିଲେ ଅଯଥାରେ ତାଙ୍କୁ ବଦନାମ କରାଯାଉଛି । ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦକୁ ତାଙ୍କୁ ଅଯଥା ଟଣା ଯାଉଥିବା ନେଇ ଜାଗୃତି ଅଭିଯୋଗ କରିଥିଲେ । ଏସବୁ ପାଇଁ ଜାଗ୍ରତି ଶୁକ୍ଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦାୟୀ କରିବା ସହ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଥିଲେ ।

Leave a Reply