କରୋନା ବୃଦ୍ଧି କାରଣରୁ ବିଏମ୍‌ସିର କଡ଼ା ପଦକ୍ଷେପ, ୯ଟି ସ୍ଥାନରେ ଆରମ୍ଭ କଲା ଆଣ୍ଟିଜେନ ଟେଷ୍ଟ

1 min read

ଭୁବନେଶ୍ୱର: ରାଜ୍ୟ ସହ ରାଜଧାନୀରେ କୋରନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରତ୍ୟେକ ଦିନ ଶତାଧିକ ଅକ୍ରାନ୍ତ ଭୁବନେଶ୍ୱରରୁ ଚିହ୍ନଟ ହେଉଛନ୍ତି । ବିଶେଷ କରି ବସ୍ତି ଓ କଲୋନି ଅଞ୍ଚଳରୁ ଏହି ଅକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାର କାରଣ ଭୁବନେଶ୍ୱର ହେଉଛି ମେଗା ସିଟି । ଭୁବନେଶ୍ୱରରୁ ବାହାରୁ ଲୋକେ ଆସି ରହିଛନ୍ତି ଅଧିକ ପରିମାଣରେ । ଯାହାଫଳରେ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହା ପ୍ରଶାସନର ଚିନ୍ତାର କାରଣ ପାଲଟିଛି ।

ତେବେ ସଂକ୍ରମଣ ଉପରେ ନିୟନ୍ତ୍ରଣ ଆଣିବା ଲାଗି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କୋଭିଡ଼ ଟେଷ୍ଟ ବ୍ୟବସ୍ଥାକୁ ସମ୍ପ୍ରସାରିତ କରାଯାଇଛି । ଆଜିଠୁ ମହାନଗର ନିଗମ ଅଞ୍ଚଳରେ ଥିବା ୯ଟି ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ ସାଧାରଣ ଲୋକ କୋରନା ଟେଷ୍ଟ କରିବା ଲାଗି ବ୍ୟବସ୍ଥା କରିଛି ବିଏମ୍‌ସି । ଆଜିଠାରୁ ଲୋକେ ପଟିଆ, ଡୁମଡୁମା, ନିଳାଦ୍ରୀବିହାର, ପୋଖରିଫୁଟ, ସହିଦନଗର, ୟୁନିଟ-୩, ୟୁନିଟ-୪, ୟୁନିଟ-୮, ୟୁନିଟ-୯ ରାପିଡି ଆଣ୍ଟିଜେନ ଟେଷ୍ଟ କରାଇପାରିବେ । ସକାଳ ୮ରୁ ଅପରାହ୍ନ ୨ ଟା ଭିତରେ ଲୋକେ ଯାଇ ଟେଷ୍ଟ କରିପାରିବେ ସୂଚନା ରହିଛି ।

Leave a Reply