ରାଜ୍ୟରେ ବଢ଼ୁଛି ସଂକ୍ରମଣ, ଖୁବ୍‌ଶୀଘ୍ର କଟକରେ ଆଣ୍ଟିଜେନ୍‌ ଟେଷ୍ଟିଂ..

Antigen Testing Starts Very Soon In Cuttack

ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଭିନ୍ନ ଜିଲ୍ଲାରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବା ବେଳେ କିଛି ଜିଲ୍ଲାରେ କରୋନା ଆକ୍ରାନ୍ତ ସୁସ୍ଥ ମଧ୍ୟ ହେଉଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ଯେଉଁଭଳି ଭାବରେ ବଢ଼ିବାରେ ଲାଗିଛି ସେହି ପରିମାଣରେ ସୁସ୍ଥ ମଧ୍ୟ ହେଉଛନ୍ତି କରୋନା ରୋଗୀ । ତେଣୁ କୁୁହାଯାଉଛି ସଂକ୍ରମଣ ବଢ଼ୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ବିହିତ ପଦକ୍ଷେପ ଯୋଗୁଁ ଓଡ଼ିଶାରେ କରୋନା ଭୂତାଣୁ ନିୟନ୍ତ୍ରଣରେ ରହିଛି ।

ସଂକ୍ରମଣ ହାର ବଢ଼ୁଥିବାରୁ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି । ସରକାରଙ୍କ ପକ୍ଷରୁ ଏବେ ବିଭିନ୍ନ ଜିଲ୍ଲାରେ ଆଣ୍ଟିଜେନ୍‌ ପାରୀକ୍ଷା ବ୍ୟବସ୍ଥା କରାଯାଉଛି । କଟକରେ ସୋମବାରଠାରୁ ଆଣ୍ଟିଜେନ୍‌ ଟେଷ୍ଟିଂ ଆରମ୍ଭ ହେବାକୁ ଥିବା ବେଳେ ଗଞ୍ଜାମରେ ମଧ୍ୟ ଆଣ୍ଟିଜେନ୍‌ ଟେଷ୍ଟ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ଓଡ଼ିଶା କୁ ମୋଟ ୫ ହଜାର କିଟ୍‌ ଆସିଥିବା ବେଳେ କଟକକୁ ୨ ହଜାର ଆଣ୍ଟି ଜେନ କିଟ୍‌ ଦିଆଯାଇଛି । ଏସ୍‌ସିବିର ଆଶୁ ଚିକିତ୍ସା ବିଭାଗ, ଆଉଟ୍‌ଡୋର୍‌, ଲେବର୍‌ ରୁମ୍‌ ଓ ଆଚାର୍ଯ୍ୟ ହରିହର କ୍ୟାନସର୍‌ ପ୍ରତିଷ୍ଠାନକୁ ପ୍ରଥମେ କିଟ୍‌ ଯୋଗାଇ ଦିଆଯାଉଛି । ପରେ ପରେ ଶିଶୁ ଭବନ ଓ ସିଟି ହସ୍ପିଟାଲରେ ଟେଷ୍ଟ୍‌ ହେବ ବୋଲି ବରିଷ୍ଠ ଡାକ୍ତର ତଥା କୋଭିଡ୍‌ ବୈଷୟିକ ଟିମ୍‌ ମୁଖ୍ୟ ପ୍ରଫେସର ଜୟନ୍ତ ପଣ୍ଡା କହିଛନ୍ତି । ସପ୍ତାହକ ପରେ ଭୁବନେଶ୍ୱରରେ ମଧ୍ୟ ଆଣ୍ଟିଜେନ୍‌ ଟେଷ୍ଟିଂ ଆରମ୍ଭ ହେବ ।

ତେବେ ଏହି ଆଣ୍ଟିଜେନ୍‌ ଟେଷ୍ଟିଂ କ’ଣ ?

ପଢ଼ନ୍ତୁ.. ଆଣ୍ଟିଜେନ ଟେଷ୍ଟିଂ କ’ଣ ? କେମିତି ୩୦ ମିନିଟରେ ଆସେ ଫଳାଫଳ, ଜାଣନ୍ତୁ…

Leave a Reply