ଯେଉଁ ଆଣ୍ଟିବଡି କକ୍‌ଟେଲ୍‌ ଚିକିତ୍ସାରେ ସୁସ୍ଥ ହୋଇଥିଲେ ଟ୍ରମ୍ପ, ତାହା ସାଧାରଣ ଲୋକଙ୍କୁ ବି ମିଳିପାରେ..

1 min read

ଆମେରିକା: ମାଇକ୍ରୋସଫ୍ଟ କୋ-ଫାଉଣ୍ଡର ବିଲ୍ ଗେଟ୍ସ କହିଛନ୍ତି, ଯେଉଁ ଆଣ୍ଟିବଡି କକଟେଲ (REGN-COV2) ଦ୍ୱାରା ରାଷ୍ଟ୍ରପତି ଟ୍ରମ୍ପଙ୍କ ଚିକିତ୍ସା କରାଯାଇଥିଲା ତାକୁ ଆମେ କରୋନା ଭାଇରସ୍‌ର ଔଷଧ କହି ପାରିବା ନାହିଁ । କାରଣ ସେହି ଔଷଧ ସବୁ ରୋଗୀଙ୍କ ଶରୀରରେ କାମ କରିବ ନାହିଁ ।

Foxbusiness.com ର ଏକ ରିପୋର୍ଟ ଅନୁଯାୟୀ, ବିଲ୍ ଗେଟ୍ସ କହିଛନ୍ତି ଯେ ମହାମାରୀକୁ ଶେଷ କରିବା ପାଇଁ ଟିକା ପରୀକ୍ଷଣ ଚାଲିଛି । ହେଲେ ଏହି ଆଣ୍ଟିବଡି ଚିକିତ୍ସା କେତେକ କ୍ଷେତ୍ରରେ କରୋନା ଭୂତାଣୁକୁ ରୋକିବାରେ ଲାଭଦାୟକ ହୋଇପାରେ । ସେ ଆହୁରି କହିଛନ୍ତି, ଆଣ୍ଟିବଡି କକ୍‌ଟେଲ ଚିକିତ୍ସା ସେତେବେଳେ ହୋଇପାରିବ ଯେତେବେଳେ ଜଣେ କରେନା ଆକ୍ରାନ୍ତ ହୋଇଥିବା ସହ ଲକ୍ଷଣଯୁକ୍ତ ଏବଂ ଅଧିକ ଅସୁସ୍ଥ ଥିବ ।

ସୂଚନାଯୋଗ୍ୟ, ଆମେରିକୀୟ କମ୍ପାନୀ ରି-ଜେନେରନ୍ ମୂଷା ମାଧ୍ୟମରେ REGN-COV2 ନାମକ ଏକ ଆଣ୍ଟିବଡି କକଟେଲ ପ୍ରସ୍ତୁତ କରିଛି, ଯାହାଦ୍ୱାରା ଟ୍ରମ୍ପଙ୍କ ଚିକିତ୍ସା କରିଯାଇଥିଲା । ଏହି ଔଷଧ ଏବେ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ନାହିଁ । କିନ୍ତୁ ଟ୍ରାଏଲ ପାଇଁ ବ୍ରିଟେନରେ ଏହାର ବ୍ୟବହାର କରାଯାଉଛି ।

ବିଲ୍ ଗେଟ୍ସ କହିଛନ୍ତି ଯେ ଯଦି ଜରୁରୀକାଳୀନ ବ୍ୟବହାର ପାଇଁ ଏହି ଆଣ୍ଟିବଡି ଚିକିତ୍ସାକୁ ଅନୁମତି ମିଳିଯାଏ, ତେବେ କରୋନା ଭ୍ୟାକ୍ସିନ୍‌ ଅପେକ୍ଷା ଏହାଦ୍ୱାରା ଅନେକ ଲୋକ ସୁସ୍ଥ ହୋଇପାରିବେ । ବିଶେଷ କରି ଯଦି ଆଣ୍ଟିବଡିର ସାମାନ୍ୟ ଡୋଜ୍‌ ଦିଆଯାଏ ।

ଗେଟ୍ସଙ୍କ କହିବାନୁଯାୟୀ, ଟ୍ରମ୍ପଙ୍କୁ ଆଣ୍ଟିବଡି କକଟେଲର ୮-ଗ୍ରାମର ଡୋଜ୍‌ ଦିଆଯାଇଥିଲା । ଏଏହାସହ ଟ୍ରାଏଲ ସମୟରେ ୦.୩ ଗ୍ରାମରୁ ୦.୭ ଗ୍ରାମ ପର୍ଯ୍ୟନ୍ତ ବ୍ୟବହାର କରାଯାଉଛି ।

ସୂଚାନାଯୋଗ୍ୟ, କରୋନା ଟିକା ଆବିଷ୍କାର ଏବଂ ଉତ୍ପାଦନ ପାଇଁ ବିଲ୍ ଏବଂ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ଦ୍ୱାରା କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ବିଲ୍ ଗେଟ୍ସ ଆଶା କରୁଛନ୍ତି ଯେ, ରି-ଜେନେରନ୍ ଏବଂ ଏଲି ଲିଲିଙ୍କ ଆଣ୍ଟିବଡିକୁ ଜରୁରୀକାଳୀନ ସ୍ଥିତିରେ ବ୍ୟବହାର ପାଇଁ ଆସନ୍ତା କିଛି ମାସ ମଧ୍ୟରେ ମଞ୍ଜୁରି ମିଳିବାର ସମ୍ଭାବନା ରହିଛି ।

Leave a Reply