Protest in PoK: ନୀଲମ୍ ଓ ଝେଲମ ନଦୀରେ ନିର୍ମାଣ ବନ୍ଦ କରୁ ଚୀନ୍

ମୁଜାଫରବାଦ: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ପାକିସ୍ତାନ ବିରୋଧୀ ନାରା । ପିଓକେବାସୀ ଚୀନ୍ ଓ ପାକିସ୍ତାନ ବିରୋଧରେ ଗର୍ଜନ କରିଛନ୍ତି । ନୀଲମ୍ ଓ ଝେଲମ୍ ନଦୀରେ ଅବୈଧ ଡ୍ୟାମ୍ ନିର୍ମାଣକୁ ପିଓକେର ମୁଜାଫରବାଦର ବିରୋଧ କରାଯାଇଛି । ନୀଲମ୍, ଝେଲମ ନଦୀରେ ନିର୍ମାଣ ଚାଲିଥିବା କୋହଲା ହାଇଡ୍ରୋ ପାୱାର ପ୍ରୋଜେକ୍ଟ ଅବୈଧ । ପାକିସ୍ତାନ ଓ ଚୀନ୍ ମିଳିତ ଭାବେ ନିର୍ମାଣ କରୁଥିବା ଡ୍ୟାମ୍ ପରିବଶକୁ କ୍ଷତି ପହଞ୍ଚାଇବ ବୋଲି ପିଓକେ ବାସିନ୍ଦା ଅଭିଯୋଗ କରିଛନ୍ତି ।ଏପରିକି ଏହି ପ୍ରକଳ୍ପ ନିର୍ମାଣ କରି ପାକିସ୍ତାନ ଓ ଚୀନ୍ ଜାତିସଂଘ ସୁରକ୍ଷା ପରିଷଦର ଅବମାନନା କରାଯାଉଥିବା ଅଭିଯୋଗ ହୋଇଛି । କୋହଲା ପ୍ରକଳ୍ପ ବନ୍ଦ ହେଲା ଯାଏଁ ପ୍ରତିବାଦ ଜାରି ରହିବ ବୋଲି ବିକ୍ଷୋଭକାରୀ ଚେତାବନୀ ଦେଇଛନ୍ତି । ଏହି ପ୍ରକଳ୍ପ ପାଇଁ ଚାଇନିଜ୍ କମ୍ପାନୀ ସହ ଚୀନ୍ ଓ ପାକିସ୍ତାନ ସରକାର ତ୍ରିପାକ୍ଷିକ ଚୁକ୍ତି କରିଛନ୍ତି । ୧୧୨୪ ମେଗାୱାଟ୍ ହାଇଡ୍ରୋ ପାୱାର ପ୍ରୋଜେକ୍ଟ ୨.୪ ବିଲିୟନ୍ ଡଲାର ମୂଲ୍ୟରେ ନିର୍ମାଣ କରାଯାଉଛି ।

ସିପିଇସି ପ୍ରକଳ୍ପ ଅଧିନରେ ହାଇଡ୍ରୋ ପାୱାର ପ୍ଲାଣ୍ଟ ପିଓକେର ଝେଲମ ନଦୀରେ ନିର୍ମାଣ ହେଉଛି । ଯାହାକୁ ନିର୍ମାଣ କରୁଛି କୋହଲା ହାଇଡ୍ରୋ ପାୱାର କମ୍ପାନୀ ଲିମିଟେଡ୍ । ଯାହାକି ଚାଇନା ଥ୍ରୀ ଗର୍ଜସ୍ କର୍ପୋରେସନର ସବସିଡାରୀ କମ୍ପାନୀ । ଏହି ପ୍ରକଳ୍ପକୁ ଆରମ୍ଭରୁ ପିଓକେ ବାସୀ ବିରୋଧ କରି ଆସୁଛନ୍ତି ।

Leave a Reply