ନିର୍ବାଚନ ପ୍ରଚାର ବେଳେ ଭୁଶୁଡ଼ିଲା ମଞ୍ଚ, ଭାଙ୍ଗିଲା ବାହୁବଳି ନେତାଙ୍କ ହାତ ! ଦେଖନ୍ତୁ ଭିଡିଓ..

1 min read
Papu Yadav

ବିହାର: ନିର୍ବାଚନ ସଭାରେ ମଞ୍ଚରୁ ପଡିଗଲେ ନେତା । ବିହାର ବିଧାନସଭା ହାତେଇବା ପାଇଁ ନେତାଙ୍କୁ ନିଦ ନଥିବାବେଳେ ଶନିବାର ମଞ୍ଚରୁ ପଡି ଆହତ ହୋଇଛନ୍ତି ଜନ ଅଧିକାର ପାର୍ଟି ମୁଖ୍ୟ ପପୁ ଯାଦବ । ମୁଜାଫୁପୁରରେ ଏକ ସଭାକୁ ସମ୍ବୋଧିତ କରୁଥିଲେ ପପୁ ଯାଦବ । ଏହି ସମୟରେ ହଠାତ୍ ମଞ୍ଚ ଭୁଶୁଡି ପଡିଥିଲା । ଫଳରେ ତଳେ ପଡିଯାଇଥିଲେ ଜନ ଅଧିକାର ପାର୍ଟି ମୁଖ୍ୟ ପପୁ ଯାଦବ । ତାଙ୍କ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ପ୍ରାଥମିକ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ତେବେ ଖୁବ ଶୀଘ୍ର ପପୁ ଯାଦବ ସୁସ୍ଥ ହୋଇ ଜନତାଙ୍କ ନିକଟକୁ ଆସିବେ ବୋଲି କହିଛନ୍ତି । ଜନତାଙ୍କ ଆଶୀର୍ବାଦ ଥିବାରୁ ସେ ଖୁବ୍‌ ଶୀଘ୍ର ସୁସ୍ଥ ହେବେ ବୋଲି ଆଶା ରଖିଥିବା କହିଛନ୍ତି ପପୁ ଯାଦବ ।

ଜାତୀୟ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଦିନ ବିହାରର ମୁଜାଫରପୁର ଜିଲ୍ଲାର ମୀନାପୁରରେ ଆୟୋଜିତ ଏକ ନିର୍ବାଚନ ରାଲିରେ ନେତା ପପୁ ଯାଦବ ଜନତାଙ୍କୁ ସମ୍ବୋଧିତ କରୁଥିବା ବେଳେ ଏଭଳି ଘଟିଥିଲା । ତାଙ୍କ ସମର୍ଥକମାନେ ତତକ୍ଷଣାତ୍‌ ତାଙ୍କ ନିକଟକୁ ଦୌଡ଼ି ଯାଇ ତଳୁ ଉଠାଇ ଥିଲେ ।

ଏହି ଘଟଣାକୁ ନେଇ ପପୁ ଯାଦବ ଟ୍ୱିଟର ଜରିଆରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ‘ପ୍ରଶାସନର ଅବହେଳା ଯୋଗୁଁ ଏଭଳି ଘଟିଲା । ମଞ୍ଚରୁ ପଡ଼ି ମୋ ହାତ ଭାଙ୍ଗିଯାଇଛି । ତଥାପି ମୁଁ ଓହରି ଯିବି ନାହିଁ । ଖୁବ ଶୀଘ୍ର ପ୍ରଚାର ମଇଦାନକୁ ଫେରିବି । ପରିବର୍ତ୍ତନ ପାଇଁ ମୋ ଅଭିଯାନ ଜାରି ରହିବ । ମୀନାପୁରରେ ଜନ ସମୂଦ୍ର ଦେଖିବାକୁ ମିଳିଲା ।’

ତେବେ ବିହାରରେ ଏଭଳି ଘଟଣା ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ଏଭଳି ଅନେକ ସ୍ଥାନରେ ମଞ୍ଚ ଭୁଶୁଡିଛି । ଗତ ସପ୍ତାହରେ କଂଗ୍ରେସ ପ୍ରାର୍ଥୀ ମଶକୋର ଅହମ୍ମଦ ଉସମାନି ଦାରଭଙ୍ଗା ଠାରେ ଜନତାଙ୍କୁ ସମ୍ବୋଧିତ କରୁଥିବା ବେଳେ ତାଙ୍କ ମଞ୍ଚ ଭୁଶୁଡ଼ି ପଡ଼ିଥିଲା ।

Leave a Reply