OTVର ସାରୁଅ ଜମି କେଳେଙ୍କାରୀ ମାମଲାରେ ଗିରଫ ହେଲେ ଓଡ଼ିଶା ଇନଫ୍ରାଟେକର ଆଉ ଜଣେ କର୍ମଚାରୀ

1 min read

ଭୁବନେଶ୍ୱର: ସାରୁଅ ଜମି କେଳେଙ୍କାରୀ ମାମଲା । କ୍ରାଇମବ୍ରାଞ୍ଚ EOW କବଜାରେ ଓଡ଼ିଶା ଇନଫ୍ରାଟେକର ଆଉ ଜଣେ କର୍ମଚାରୀ । ଜମିହଡ଼ପ କେଳେଙ୍କାରୀରେ ଗିରଫ ହେବାରେ ଲାଗିଛନ୍ତି ଜଣଙ୍କ ପରେ ଜଣେ ଓଡିଶା ଇନଫ୍ରାଟେକର କର୍ମଚାରୀ । ଆଗକୁ ମଧ୍ୟ ଗିରଫଦାରୀର ଲିଷ୍ଟ ଆହୁରି ବଢ଼ିବାରେ । ତେବେ ପ୍ରଥମେ ପଚରାଉଚରା ପରେ EOW ଗିରଫ କରିଛି । ତାଙ୍କୁ କ୍ୟାପିଟାଲ ମେଡିକାଲ ନିଆଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଜମି ଅନିୟମିତତା ଅଭିଯୋଗର ଲିଙ୍କ୍ ଖୋଜୁଛି EOW ।

ସେପଟେ ୨ ଦିନିଆ ରିମାଣ୍ଡରେ ଥିବା ଓଡିଶା ଇନଫ୍ରାଟେକ୍ ଲିମିଟେଡର ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ମାରାଥନ ଜେରା କରୁଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ।  ଜମି କିଣା ବିକା ବେଳେ କେଉଁମାନେ ସାମିଲ ଥିଲେ ? ଏସସି ଏସଟିମାନଙ୍କ ଜମି କିଭଳି ଜାଲିଆତି କରି କିଣାଗଲା ? ନିୟମ ଅନୁସାରେ ଏସସି ଏସଟି ଜମିକୁ କେବେଳ ସେହିମାନେ କିଣି ପାରିବେ, କିନ୍ତୁ ଇନଫ୍ରାଟେକ୍ କମ୍ପାନୀ କିପରି କିଣିଲା ? ଏ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ର କାରୀ କିଏ ? ଜମି କିଣା ବିକା ବେଳେ କେତେ ଟଙ୍କାର କାରବାର ହୋଇଥିଲା ? କେଉଁ ଜମିକୁ କେତେ ଟଙ୍କାରେ କିଣା ହୋଇଥିଲା ? କାଗଜପତ୍ର ରେ କେତେ ଟଙ୍କା ଦର୍ଶାଯାଇଛି ? ଏଭଳି ଅନେକ ପ୍ରଶ୍ନ କରୁଛି କ୍ରାଇମବ୍ରାଞ୍ଚ ।

ଏ ମାମଲାରେ ଆହୁରି ଗିରଫଦାରୀ ସଂଖ୍ୟା ବଢ଼ିପାରେ ବୋଲି ସୂଚନା ମିଳିଛି । ଓଡ଼ିଶା ଇନ୍‌ଫ୍ରାଟେକ୍ ପ୍ରାଇଭେଟ୍‌ ଲିମିଟେଡ୍ ଜାଲ୍, ପ୍ରତାରଣା ଓ ଭୟ ଦେଖାଇ ଅନୁସୂଚିତ ଜାତିର ବ୍ୟକ୍ତିଙ୍କ ଜମି କିଣିଥିବା ଅଭିଯୋଗ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନାରେ ଏନେଇ ଅଭିଯୋଗ ହେବା ପରେ ପ୍ରଥମେ ବାଘମାରୀ ପୋଲିସ ଘଟଣାର ତଦନ୍ତ କରୁଥିଲା । ଗତକାଲି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଶାଖା ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ୫ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଇଓଡବ୍ଲୁ  । ୨ଦିନିଆ ରିମାଣ୍ଡ ପାଇଁ କୋର୍ଟ ଅନୁମତି ଦେଇଥିଲେ ।  ୨୯ ତାରିଖରେ ସାରୁଅରେ କ୍ରାଇମବ୍ରାଞ୍ଚ ଟିମ୍‌ ସରଜମିନ ତଦନ୍ତ କରିବା ସହ ଲୋକଙ୍କ ମତ ନେଇଥିଲା । ଗତ ୧୪ ତାରିଖରେ ବହୁ ଚର୍ଚ୍ଚିତ ଖୋର୍ଦ୍ଧା ଜିଲ୍ଲା ସାରୁଅ ଜମି ହଡପ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା ।

Leave a Reply