ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ! ଏହିସବୁ ଜିଲ୍ଲାକୁ ସତର୍କ ରହିବାକୁ କହିଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିବ ଲଘୁଚାପ ଜନିତ ବର୍ଷା । ପୂର୍ବ ଲଘୁଚାପ ଦୁର୍ବଳ ହେଉଛି । ତେବେ ୧୯ତାରିଖରୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସେପଟେ ଆଜି ବି ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଲଘୁଚାପ ଓ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲି ମଧ୍ୟ ବର୍ଷା ଲାଗିରହିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ତେବେ ପୂର୍ବ ବଙ୍ଗୋପସାଗଗରେ ସୃଷ୍ଟ ଲଘୁଚାପ କାରଣରୁ ରାଜ୍ୟରେ କିଛି ଦିନ ହେବ ଲଘୁଚାପ ଜନିତ ବର୍ଷା ଜାରି ରହିଥିଲା । ଏହି ଲଘୁଚାପରେ ଅଧିକ ପ୍ରଭାବିତ ହୋଇଥିଲା ଜିଲ୍ଲା ଗୁଡ଼ିକ ହେଉଛି ମାଲକାନଗିରି, ଦେଓଗଡ଼, ଗଜପତି, ଢେଙ୍କାନାଳ । ଯଦିଓ ଆଜି ବର୍ଷାର ପ୍ରଭାବ କମିଛି ଏହଂ ଏହା ଛତିଶଗଡ଼ ଆଡ଼କୁ ମୁହାଁଇଛି । ତେଣୁ ଏହା ପ୍ରଭାବରେ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ସାମାନ୍ୟ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

୧୯ରେ ସୃଷ୍ଟ ଲଘୁଚାପ କାରଣରୁ ୧୮ତାରିଖରୁ ପ୍ରଭାବ ପଡ଼ିବ । ଏନେଇ ରାଜ୍ୟର ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାକୁ ୱାର୍ଣ୍ଣିଂ ଦିଆଯାଇଛି ଏବଂ ୧୯ତାରିଖରେ କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼, ମୟୁରଭଞ୍ଜ, ଦେଓଗଡ଼, ଅନୁଗୁଳ ଓ ବାଲେଶ୍ୱର ୱାର୍ଣ୍ଣିଂ ଦିଆଯାଇଛି । ଯଦିଓ ସୋମବାର ଦିନ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

Leave a Reply