ଚେତୁନି ଠିକା ସଂସ୍ଥା, ନିର୍ମାଣାଧୀନ ସେତୁରୁ ଖସି ଆଉ ଜଣେ ଶ୍ରମିକ ମୃତ

1 min read
Another Labour Died Falls From A Under Construction Bridge In Boudh

ବୌଦ୍ଧ: ସମାନ ସ୍ଥାନ, ସମାନ କାମ ଆଉ ସମାନ ଦୁର୍ଘଟଣା । ଠିକା ସଂସ୍ଥାର ଦାୟିତ୍ୱହୀନତା ଯୋଗୁଁ ଆଉ ଜଣେ ଶ୍ରମିକଙ୍କ ଜୀବନ ଯାଇଛି । ନିର୍ମାଣାଧୀନ ପୋଲରୁ ଖସି ଜୀବନ ହାରିଛନ୍ତି ଦାଦନ ଶ୍ରମିକ । ଧଳପୁର-ଆଠମଲ୍ଲିକ ସେତୁ ଉପରୁ ଖସି ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ବିନା ସୁରକ୍ଷା ଉପକରଣରେ କାମ କରୁଥିବା ବେଳେ ୫୦ ଫୁଟ୍ ତଳକୁ ଖସି ପଡ଼ିଥିଲେ ।

Another Labour Died Falls From A Under Construction Bridge In Boudh

ମୃତ ଶ୍ରମିକ ପଶ୍ଚିମବଙ୍ଗ ମାଲଦା ଅଞ୍ଚଳର ସମୀର ଘୋଷ । ଅଭିଯୋଗ ଅନୁସାରେ- ଠିକା ସଂସ୍ଥା ପକ୍ଷରୁ ଶ୍ରମିକଙ୍କୁ କୌଣସି ସୁରକ୍ଷା ଉପକରଣ ଦିଆଯାଇ ନଥିଲା । ୫୦ ଫୁଟ୍ ଉପରେ ଚଢ଼ି କାମ କରିବା ବେଳେ ସମୀର ଖସି ପଡ଼ିଥିଲେ । ତାଙ୍କର ମୃତ୍ୟୁ ହୋଇଛି । ସମାନ ଘଟଣା ୨୦୨୧ ଜାନୁଆରୀ ୧୬ ତାରିଖରେ ମଧ୍ୟ ଘଟିଥିଲା । ପୋଲ ଉପରୁ ଖସି ମୃତ୍ୟୁବରଣ କରିଥିଲେ ଝାଡ଼ଖଣ୍ଡର ମନୁ ଗଞ୍ଜୁ ନାମକ ଶ୍ରମିକ ।

Another Labour Died Falls From A Under Construction Bridge In Boudh

ଧଳପୁର-ଆଠମଲ୍ଲିକ ରାସ୍ତାରେ ହେଉଥିବା ପୋଲ ନିର୍ମାଣ କାର୍ଯ୍ୟରେ ଏକାଧିକ ଶ୍ରମିକ ନିୟୋଜିତ ହୋଇଛନ୍ତି । ଠିକା ସଂସ୍ଥା ଶ୍ରମିକଙ୍କ ଜୀବନକୁ ବିପଦରେ ପକାଇ କାମରେ ଲଗାଇଛି । ସେତୁ ନିର୍ମାଣ କାମରେ ନିୟୋଜିତ ଶ୍ରମିକ ମାନଙ୍କୁ ଠିକା ସଂସ୍ଥା ପକ୍ଷରୁ ଜୋତା, ହେଲମେଟ ଓ ସୁରକ୍ଷା ଜ୍ୟାକେଟ ଆଦି କୌଣସି ସୁରକ୍ଷା ଉପକରଣ ଦିଆଯାଇନାହିଁ । ମିଳିଥିବା ସୂଚନା ଅନୁଯାୟୀ ରଞ୍ଜିତ ବିଲ୍ଡିଂ ଆଣ୍ଡ କନଷ୍ଟ୍ରକ୍ସନ ଠିକା ସଂସ୍ଥା ପକ୍ଷରୁ ସେତୁ କାମ ଚାଲିଛି ।

Another Labour Died Falls From A Under Construction Bridge In Boudh

ଫଳରେ ଏଭଳି ବଡ଼ ଦୁର୍ଘଟଣା ଘଟି ଦେଢ ମାସ ଭିତରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଗତବର୍ଷ ମଧ୍ୟ ଏଭଳି ଭାବେ ଜଣେ ଶ୍ରମିକଙ୍କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ବିଭିନ୍ନ ସମୟରେ ଠିକାସଂସ୍ଥାର ବେପରୁଆ ମନୋଭାବ ଯୋଗୁ ଶ୍ରମିକଙ୍କ ଜୀବନ ଯାଉଛି । ସରକାରୀ ନିୟମ ନ ମାନି ଅତି ଖାମଖିଆଲି ଭାବେ କାମ କରୁଥିବା ଠିକା ସଂସ୍ଥାର ୱାର୍କ୍ ସାଇଟ୍ ପ୍ରଶାସନ ନିୟମିତ ପରିଦର୍ଶନ କରୁନାହିଁ । ଘଟଣାର ତଦନ୍ତ କରି ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ଏଥିସହ ପଢ଼ନ୍ତୁ- ନିର୍ମାଣାଧୀନ ପୋଲରୁ ଖସି ଶ୍ରମିକ ମୃତ, ଦିଆଯାଇ ନଥିଲା ସୁରକ୍ଷା ଉପକରଣ

Leave a Reply