ବମିଖାଲରେ ପଡ଼ୋଶୀ ହେଲେ କରୋନା ସଂକ୍ରମିତ, ରାଜ୍ୟରେ ସଂଖ୍ୟା ୫୫କୁ ବୃଦ୍ଧି

ଭୁବନେଶ୍ୱର: ଆଜି ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରାନ୍ତ ଜଣଙ୍କ ବମିଖାଲ କଣ୍ଟେନମେଣ୍ଟ ଜୋନର ୩୫ ବର୍ଷୀୟ ଯୁବକ । ସେ ୭, ୮, ୨୨ ଓ ୩୯ ନମ୍ବର କରୋନା ସଂକ୍ରମିତଙ୍କ ପଡ଼ୋଶୀ ବୋଲି ଜଣାପଡ଼ିଛି । ଆଜି ପ୍ରେସମିଟରେ ରାଜ୍ୟ କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଏନେଇ ସୂଚନା ଦେଇଛନ୍ତି ।

ଯୁବକ ଜଣଙ୍କ ମାର୍ଚ୍ଚ ୨୨ରୁ ଘରେ ଥିଲେ । ଗତକାଲି ସର୍ଭେ ବେଳେ ତାଙ୍କ ନମୁନା ନିଆଯାଇଥିଲା ଓ କରୋନାର କୌଣସି ଲକ୍ଷଣ ତାଙ୍କଠାରେ ନଥିଲା । ଆଜି ତାଙ୍କ ନମୁନା ପଜିଟିଭ୍ ଆସିବା ପରେ ତାଙ୍କୁ କିମ୍ସ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

୪୮ ଘଣ୍ଟା ପାଇଁ ସଟ୍ ଡାଉନ୍ ହେବ ଭୁବନେଶ୍ୱର ଓ ଭଦ୍ରକ ଟାଉନ୍‌

ଏବେ ଯାଏଁ ରାଜଧାନୀରେ ମୋଟ ୪୨ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବମିଖାଲରୁ ୧୫ ଜଣ ସଂକ୍ରମିତ ରହିଛନ୍ତି । ଗତ ୩ ତାରିଖରେ ବମିଖାଲ ଅଞ୍ଚଳର ୩ ଜଣଙ୍କ ଠାରେ କରୋନା ଚିହ୍ନଟ ପରେ ସଂକ୍ରମଣ ରୋକିବାକୁ ବିଏମସି ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଥିଲା ।

Leave a Reply