କଟକ ନାବାଳିକା ଦୁଷ୍କର୍ମ ମାମଲା, ଆଉ ଜଣେ ଅଭିଯୁକ୍ତ ଗିରଫ

Minor Girl Gang Rape Case, Child Protection Comission Noticed OTV MD Jagi Panda

କଟକ: କଟକ ଚାଉଳିଆଗଞ୍ଜ ଥାନା ଗତିରାଉତପାଟଣାରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଆଉଜଣେ ଅଭିଯୁକ୍ତ ଗିରଫ । ଗତକାଲି ଜଣଙ୍କୁ କାବୁ କରିଥିଲା ପୋଲିସ । ଗିରଫ ୨ ଅଭିଯୁକ୍ତ ହେଲେ ସନ୍ତୋଷ ବେହେରା ଓ ରାକେଶ ରାଉତ । ଏତଲାର ୨୪ ଘଣ୍ଟା ଭିତରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । କମ ସମୟରେ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଥିବାରୁ କଟକ ଡିସିପିଓ ଇନସ୍ପେକ୍ଟର ତାପସ ପ୍ରଧାନଙ୍କୁ ସାଧୁବାଦ ଜଣାଇଛନ୍ତି ।

ଶୀଘ୍ର ତଦନ୍ତ ସାରି ଅଭିଯୋଗ ପତ୍ର ଦାଖଲ ଓ ପୀଡିତାଙ୍କୁ ନ୍ୟାୟ ପାଇଁ ସବୁ ଉଦ୍ୟମ କରାଯିବ ବୋଲି ଟ୍ୱିଟ କରି କହିଛନ୍ତି ପୋଲିସ କମିଶନର । ଗତକାଲି ଚାଉଳିଆଗଞ୍ଜ ଥାନାରେ ମାମଲା ଦାୟର ହୋଇଥିଲା । ଟିମ୍ ଗଠନ କରି ତଦନ୍ତ କରାଯାଇଥିଲା । ସୂଚନା ଅନୁସାରେ ଜଣେ ନାବାଳିକାଙ୍କୁ ଘରେ ଛାଡ଼ିଦେବା କହି ଅପହରଣ କରିଥିଲେ । ଏବଂ ୨୨ଦିନ ଧରି ପରିତ୍ୟକ୍ତ କୁକୁଡା ଫାର୍ମରେ ଯୌନଶୋଷଣ କରିଥିଲେ ଦୁର୍ବୃତ୍ତ ।

Leave a Reply