୪୪ ହଜାର ୭୫୮ ନମୁନା ପରୀକ୍ଷଣ: ୪୨୪୨ଜଣ ସଂକ୍ରମିତ ଚିହ୍ନଟ

1 min read

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭ ହଜାର ୭୫୮ ଜଣଙ୍କ କରୋନା ଟେଷ୍ଟିଂ ହୋଇଛି । ସେମାନଙ୍କ ମଧ୍ୟରୁ ୪ହଜାର ୨ଶହ ୪୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ନମୁନା ପରୀକ୍ଷା ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ପଦ୍ଧତିରେ ହୋଇଛି । ଏଥିମଧ୍ୟରୁ ୭,୬୫୮ଟି ଆରଟିପିସିଆର ଏବଂ ୪୦,୦୧୦ ଆଣ୍ଟିଜେନ ଟେଷ୍ଟ ଓ ଟ୍ରୁନଟ୍‌ରେ ୯୦ଟି କରୋନା ନମୁନା ପରୀକ୍ଷା କରାଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ  ୨୫୦୩ ଜଣ କ୍ୱାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୭୩୯ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ତେବେ ଆଜିର ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ୧ ଲକ୍ଷ ୮୪ ହଜାର ୧୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୭୬୮୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୪୫୬୭୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୮୧୪୭୩୪ଟି ନମୁନା ପରୀକ୍ଷଣ ସରିଛି ।

Leave a Reply