ସୁସ୍ଥ ହେଲେ ଆଉ ୩ ହଜାର ୩୮୨ କରୋନା ସଂକ୍ରମିତ, ବିଏମସିରୁ ୩୫୧ ନୂଆ ଆକ୍ରାନ୍ତ ଚିହ୍ନଟ

1 min read
Another 6176 Covid patients have recovered and are being discharged

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୩ ହଜାର ୩୮୨ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଥିସହ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧ ଲକ୍ଷ ୨୨ ହଜାର ୨୪ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୩ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୩୪୪, ବରଗଡ଼ରୁ ୨୬୨, ଯାଜପୁର ୧୭୭, ମୟୂରଭଞ୍ଜ ୧୭୫, ଭଦ୍ରକ ୧୬୭, ବାଲେଶ୍ୱର ୧୫୬, ଢେଙ୍କାନାଳ ୧୪୬, ପୁରୀ ୧୧୨, ଜଗତସିଂହପୁର ୧୦୨, ରାୟଗଡ଼ା ୯୫, ଗଞ୍ଜାମ ଓ ସମ୍ବଲପୁରରୁ ୯୪ ଜଣ ଲେଖାଏଁ, ଅନୁଗୁଳ ୯୧, ନୟାଗଡ଼ ଓ ସୋନପୁରରୁ ୯୦ ଜଣ ଲେଖାଏଁ, ବଲାଙ୍ଗିର ୮୦, ନବରଙ୍ଗପୁର ଓ ସୁନ୍ଦରଗଡ଼ରି ୭୦ ଜଣ ଲେଖାଏଁ, ଝାରସୁଗୁଡ଼ା ୬୮, କେନ୍ଦ୍ରାପଡ଼ା ଓ କୋରାପୁଟରୁ ୬୪, କେନ୍ଦୁଝର ୫୧, କନ୍ଧମାଳ ୪୫, ନୂଆପଡ଼ା ୪୦, କଳାହାଣ୍ଡି ୩୯, ଗଜପତି ୨୯, ବୌଦ୍ଧ ୨୭, ମାଲକାନଗିରି ୨୫ ଓ ଦେବଗଡ଼ରୁ ୧୨ ଜଣ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ଏଯାବତ୍ ୧ ଲକ୍ଷ ୫୫ ହଜାର ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୩୭ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ବିଏମସି ଅଞ୍ଚଳରୁ ୩୫୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୧୩ଟି କେସ୍ କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୨୩୮ଟି ମାମଲା ସ୍ଥାନୀୟ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୪୭୧ ଜଣ ଜଣ ବିଏମସି ଅଞ୍ଚଳରୁ ସୁସ୍ଥ ହୋଇଛନ୍ତି । ବିଏମସି ଅଞ୍ଚଳରୁ ଏଯାବତ୍ ୧୬ ହଜାର ୫୯୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୪ ଜଣଙ୍କ ମୃତ୍ୟୁ ହୋଇଛି । ୧୧ ହଜାର ୯୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪ ହଜାର ୬୧୩ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

Leave a Reply