Odisha Corona Updates : ଆଜି ସୁସ୍ଥ ହେଲେ ୧୭୮୫, ୩୫ ହଜାର ପାଖେଇଲା ସୁସ୍ଥଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ୧୭୮୫ ଜଣ ସଂକ୍ରମିତ ସୁସ୍ଥ ହୋଇ ଫେରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରୁ ଟ୍ୱିଇଟ୍ କରି ଏନେଇ ସୂଚନା ଦିଆଯାଇଛି । ତେବେ ସୁସ୍ଥ ତାଲିକାରେ ଗଞ୍ଜାମ ସବୁଠାରୁ ଆଗରେ ରହିଥିବା ବେଳେ ଆଜି ୪୦୪ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ଖୋର୍ଦ୍ଧାର ୨୬୩, କଟକର ୧୨୬, ସମ୍ୱଲପୁରର ୧୨୬, କେନ୍ଦୁଝରର ୧୦୧, ମାଲକାନଗିରିର ୯୧, କନ୍ଧମାଳର ୮୪, ରାୟଗଡ଼ା ୮୧, ଗଜପତି ୮୦, ଢେଙ୍କାନାଳର ୬୦, ମୟୂରଭଞ୍ଜର ୫୦ ଜଣ ସୁସ୍ଥ ହୋଇଛନ୍ତି ।

 

ସେହିଭଳି ଯାଜପୁରର ୪୯, କଳାହାଣ୍ଡିର ୪୮, ବାଲେଶ୍ୱରର ୩୨, ନୟାଗଡ଼ର ୩୧, ସୁନ୍ଦରଗଡ଼ର ୩୦, ଭଦ୍ରକର୨୮, କେନ୍ଦ୍ରାପଡ଼ା ୨୪, ପୁରୀର ୨୨, ବରଗଡ଼ର୧୦, ନୂଆପଡ଼ାର ୧୦, ନବରଙ୍ଗପୁରର୮, ଜତଗସିଂହପୁର ଓ କୋରାପୁଟର ୭ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷରେ ବଲାଙ୍ଗିରର ୫, ବୌଦ୍ଧର ୪, ଝାରସୁଗୁଡ଼ାର ୩ ଓ ଦେଓଗଡ଼ର ଜଣେ  ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ  କରୋନା ସଂକ୍ରମଣର ମାତ୍ରା ବଢୁଥିଲେ ମଧ୍ୟ ସୁସ୍ଥତା ହାରରେ ରାଜ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରୁଛି । ଏଯାବତ୍ ରାଜ୍ୟରେ ୩୪ ହଜାର ୮୦୫ ବ୍ୟକ୍ତି ସୁସ୍ଥ ହୋଇ ସାରିଲେଣି ।

Leave a Reply