ରାଜଧାନୀରୁ ୧୭ କରୋନା ପଜିଟିଭ ଚିହ୍ନଟ: ସଂକ୍ରମିତଙ୍କ ମଧ୍ୟରେ ୨ କରୋନା ଯୋଦ୍ଧା

1 min read
another-17-covid-positive-reported-from-bhubaneswar

ଭୁବନେଶ୍ୱର:  ରାଜଧାନୀରୁ ଚିହ୍ନଟ ହେଲେ ଆଉ ୧୭ କରୋନା ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୫ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ହୋଇଥିବା ବେଳେ ୧୦ ଜଣ ସ୍ଥାନୀୟ ସଂକ୍ରମିତ ଓ ୨ ଜଣ କରୋନା ଯୋଦ୍ଧା ମଧ୍ୟ ରହିଛନ୍ତି । ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଡୁମଡୁମା ଅଞ୍ଚଳର ୪୦ ବର୍ଷୀୟ ମହିଳା ଓ ୩୦ ବର୍ଷୀୟ ଜଣେ ପୁରୁଷ ରହିଛନ୍ତି ।

ସେହିପରି ପଟିଆ ଜଗନ୍ନାଥ ମନ୍ଦିର ନିକଟରୁ ୬୩ ବର୍ଷୀୟ ଜଣ ପୁରୁଷ, ବିଜେବି ନଗରର ୨୩ ବର୍ଷୀୟ ଜଣେ ପୁରୁଷ, ଦାସପୁର ଅନ୍ଧାରୁଆ ଅଞ୍ଚଳର ଜଣେ ୪୦ ବର୍ଷୀୟା ମହିଳା, ସତ୍ୟବାଦୀ ନଗର ଲେନ୍-୧ ର ୨୯ ବର୍ଷୀୟ ମହିଳା, ଚକେସିଆଣି ମଙ୍ଗଳା ମନ୍ଦିର ନିକଟରୁ ୬୭ ବର୍ଷୀୟ ଜଣେ ପୁରୁଷ, କେନ୍ଦ୍ର ସରକାରଙ୍କ ହସ୍ପିଟାଲର ୨୨ ବର୍ଷୀୟ ଓ ୨୬ ବର୍ଷୀୟ ୨ ଜଣ ଯୁବକ ଓ ରାଜଧାନୀର ଏକ ଘରୋଇ ହସ୍ପିଟାଲରୁ ୩୨ ବର୍ଷୀୟ ମହିଳା ମଧ୍ୟ ଚିହ୍ନଟ ହୋଇଛନ୍ତି । ସେ ଅନ୍ୟ ଜିଲ୍ଲାର ବାସିନ୍ଦା ଏଠାରେ ଚିକିତ୍ସିତ ହେଉଥିଲେ । ତେବେ ସଂକ୍ରମିତ ହୋଇଥିବା କରୋନା ଯୋଦ୍ଧା ମାନେ କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଥିଲେ ସେମାନଙ୍କ ମଧ୍ୟରୁ ଜଣଙ୍କ ବୟସ ୨୬ ଓ ଅନ୍ୟ ଜଣଙ୍କ ୩୫ ବର୍ଷ । ଉଭୟ ପୁରୁଷ କୋଭିଡ ଯୋଦ୍ଧା । ଏଥିସହିତ ୪ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

କରୋନାକୁ ନେଇ WHOକୁ ୨୩୯ ବୈଜ୍ଞାନିକଙ୍କ ଚେତାବନୀ, କହିଲେ ଏମିତି ଭୟଙ୍କର କଥା

Leave a Reply