Odisha Corona Updates: ୧୨୧୯ ପଜିଟିଭ୍, ବାଲେଶ୍ୱର ଓ ସୁନ୍ଦରଗଡରୁ ସର୍ବାଧିକ

1 min read

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ହେବାରେ ଲାଗିଛି । ପୂର୍ବାପେକ୍ଷା ସ୍ଥିତି ଯଥେଷ୍ଟ ନିୟନ୍ତ୍ରଣକୁ ଆସିଛି । ଏହି କ୍ରମରେ ଆଜି  ରାଜ୍ୟରେ ଦିନକରେ ୧୨୧୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ  ୭୦୮ ଓ ୫୧୧ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବାଲେଶ୍ୱର ଓ ସୁନ୍ଦରଗଡ଼ରୁ ସର୍ବାଧିକ ୧୦୭ଜଣ ଲେଖାଏଁ, କଟକରୁ ୧୦୬, ଖୋର୍ଦ୍ଧାରୁ ୯୨, ମୟୂରଭଞ୍ଜରୁ ୮୩, ଅନୁଗୁଳରୁ ୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ  ରାଜ୍ୟରେ ଆଉ ୧୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍ କରୋନା ମୃତକଙ୍କ ସଂଖ୍ୟା ୧୪୪୧ରେ ପହଞ୍ଚିଛି ।

ରାଜ୍ୟରେ ମୋଟ୍ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨ହଜାର ୭୯୩ରେ ପହଞ୍ଚିଛି । ସକ୍ରିୟ ସଂକ୍ରମଣ ସଂଖ୍ୟା ୧୩ହଜାର ୧୩୧ ହୋଇଥିବା ବେଳେ ୨ଲକ୍ଷ ୮୮ହଜାର ୧୬୮ ସୁସ୍ଥ ହୋଇଛନ୍ତି ।

Leave a Reply