ରାଜ୍ୟରୁ ପୁଣି କରୋନା ନେଲା ୧୦ ମୁଣ୍ଡ, ମୃତ୍ୟୁ ସଂଖ୍ୟା ୩୨୪କୁ ବୃଦ୍ଧି

2 min read

ଭୁବନେଶ୍ୱର: କରୋନା ସଂକ୍ରମଣ ସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଶୁକ୍ରବାର ପୁଣି ରାଜ୍ୟରେ ୧୦ ଜଣଙ୍କର ମୁଣ୍ଡ ନେଇଛି କରୋନା । ତେବେ ନୂଆ ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ  ମୃତ୍ୟୁସଂଖ୍ୟା ୩୨୪କୁ ବୃଦ୍ଧି ପାଇଛି ।  କଟକରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମରୁ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ହୋଇଛି ।

ସେହିପରି ସମ୍ବଲପୁର, ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ମୃତ୍ୟୁ ହୋଇଥିବା ବେଳେ ପୁରୀରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ସମସ୍ତ ମୃତକଙ୍କର ବୟସ ୩୨ରୁ ୭୫ ବର୍ଷ ମଧ୍ୟରେ ରହିଛି ।  ମୃତ ସମସ୍ତ ବ୍ୟକ୍ତି ପୂର୍ବରୁ କୌଣସି ନା କୌଣସି ରୋଗରେ ପିଡ଼ିତ ଥିବା ଜଣା ପଡ଼ିଛି ।

ତେବେ ଆଜି ରାଜ୍ୟରୁ ୧୯୭୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯଦିଓ ପୂର୍ବରୁ ସ୍ଥାନୀୟ ସଂକ୍ରମଣ କମ ରହୁଥିଲା କିନ୍ତୁ ଏବେ ବଢୁଥିବା ସ୍ଥାନୀୟ ସଂକ୍ରମଣ ଚିନ୍ତା ବଢାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୯୭୭  ସଂକ୍ରମିତ କରୋନାକୁ ନେଇ ଭୟକୁ ଦୃଢିଭୁତ କରାଇଛି । ତେବେ ଚିହ୍ନଟ ହୋଇଥିବା ସମୁଦାୟ ସଂକ୍ରମିତଙ୍କମଧ୍ୟରୁ ୧୨୪୧ ଟି କେସ୍ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୭୩୬ଟି ମାମଲା ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

Leave a Reply