ଚାକିରି ନାଁରେ ଏଏନ୍‌ଏମ୍‌ଙ୍କୁ ଠକେଇ ଘଟଣା; ମାମଲା ରୁଜୁ କଲା କ୍ୟାପିଟାଲ ଥାନା

anm-fraud-case-capital-police-station-filed-case

ଭୁବନେଶ୍ୱର: ଯିଏ ଧାରଣା ପାଇଁ ଭୁବନେଶ୍ୱର ଆସିବ ତାକୁ ଚାକିରି ମିଳିବ । ଏଭଳି କହି ଏଏନ୍‌ଏମ୍‌ଙ୍କୁ ଠକେଇ କରିଥିବା ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛି କ୍ୟାପିଟାଲ ଥାନା ପୋଲିସ ।

ଧାରଣାରେ ବସିଥିବା କର୍ମଚାରୀଙ୍କୁ ପ୍ରଲୋଭିତ କରାଯାଇ ଟଙ୍କା ମଗାଯାଉଛି। ଏନେଇ ସୋସିଆଲ ମିଡିଆରେ ଏକ ଅଡିଓ ଭାଇରଲ ହୋଇଥିଲା। ଯାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ସୂଚନା ମୁତାବକ, ଯେଉଁମାନେ ଚାକରି ପାଇବାକୁ ଚାହୁଁଚନ୍ତି ଜଣକୁ ୧୫ ହଜାର ଟଙ୍କା ଲେଖାଏଁ ଦେବାକୁ ପଡିବ । ଏଭଳି ଠକେଇ ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି । ଏଥିସହିତ ସେମାନଙ୍କ ନିକଟରୁ ୫୦ ହଜାର ଟଙ୍କା ଜବତ କରିଛି ପୋଲିସ ।

ତେବେ ଏଭଳି ଉପାୟରେ କୋଟି କୋଟି ଟଙ୍କା ଠକେଇ କରି ଅଭିଯୁକ୍ତମାନେ ଫେରାର ହେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ବୋଲି ସୂଚନା ମିଳିଛି । ତେବେ ଧାରଣା ସ୍ଥଳରେ ବସିଥିବା କିଛି ନେତାଙ୍କ ଏଥିରେ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ।

ଏସମ୍ପର୍କରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି ଯେ ‘‘ଜିଲ୍ଲା ଓ୍ୱାଇଜ ଫୋନ୍ କରିକି ଏଭଳି ପ୍ରଲୋଭନ ଦିଆଯାଉଥିବା ଖବର ମିଳିଥିଲା। ପରେ ଗଞ୍ଜାମରୁ ୩ ଜଣକୁ ଅଟକ ରଖାଯିବା ସହ ଗତକାଲି ପଚରା ଉଚରା କରାଯାଇଥିଲା । ଜେରା ବେଳେ ସେମାନେ ସବୁ ସତ ମାନିଛନ୍ତି । ତେବେ ବିଭିନ୍ନ ଜିଲ୍ଲାରେ ଏଭଳି ଠକାମୀ କରାଯାଉଥିବା ନେଇ ଆମେ ସନ୍ଦେହ କରୁଛି । ଆଉ ଏସମ୍ପର୍କରେ କିଛିଟି ସୂଚନା ମଧ୍ୟ ଆମକୁ ମିଳିଛି’’ ।

Leave a Reply