ଧୋନିଙ୍କ ପରି ହେବାକୁ ଚାହୁଁଥିଲେ ସୁଶାନ୍ତ, ତାଙ୍କ ପାଇଁ ଟଙ୍କାଠୁ ବଡ଼ ପ୍ୟାସନ ଥିଲା: ଅଙ୍କିତା ଲୋଖଣ୍ଡେ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ, ତାଙ୍କ ପ୍ରଶଂସକ ଏବଂ ପରିବାରଜନଙ୍କ ପାଇଁ ଯେତିକି ଦୁଃଖଦାୟକ ଥିଲା  ସେତିକି ତାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ମଧ୍ୟ ବିବ୍ରତ ହୋଇଛନ୍ତି । ବହୁ ବର୍ଷ ଧରି ରିଲେସନସିପ ରହିବା ପରେ ସେ ସୁଶାନ୍ତଙ୍କୁ ବହୁତ ଭଲ ଭାବରେ ଜାଣିଥିଲେ । ସୁଶାନ୍ତଙ୍କ ଦେହାନ୍ତ ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଜୁନ୍୧୫ରେ, ଅଙ୍କିତା ସୁଶାନ୍ତଙ୍କ ପରିବାରକୁ ଭେଟିବା ପାଇଁ ପହଞ୍ଚିଥିଲେ ଯେଉଁଠାରେ ସୁଶାନ୍ତ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏହା ପରେ ସେ ନିଜ ପରିବାର ସହ ବିହାର ମଧ୍ୟ ଯାଇଥିଲେ । ସୁଶାନ୍ତଙ୍କ ବିୟୋଗ ପରେ ସେ ବିହାର ପୋଲିସକୁ ଏକ ବିବୃତ୍ତି ଦେବା ପରେ ପ୍ରଥମ ଥର ପାଇଁ ନିରବତା ଭାଙ୍ଗିଥିଲେ ଏବଂ ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ସୁଶାନ୍ତ ଡିପ୍ରେସନରେ ଥିବା କଥା ସଂମ୍ପୂର୍ଣ୍ଣ ଭୁଲ ।

ଛୋଟ ଜିନିଷରେ ମିଳୁଥିବା ଖୁସି

ଏକ ଘରୋଇ ଚ୍ୟାନେଲକୁ ସାକ୍ଷାତକାର ଦେବାବେଳେ  ସୁଶାନ୍ତ ସିଂ ରାଜପୁତଙ୍କୁ ମନେ ପକାଇ ଅଙ୍କିତା ଲୋଖଣ୍ଡେ କହିଛନ୍ତି ଯେ,ସୁଶାନ୍ତ ତାଙ୍କ ପ୍ୟାସନକୁ ଅନୁସରଣ କରୁଥିଲେ । ସେ ପ୍ରତ୍ୟେକ ଛୋଟ ଜିନିଷରେ ନିଜ ଖୁସି ଖୋଜୁଥିଲେ । ଟଙ୍କାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ତାଙ୍କର ପ୍ୟାସନ ଥିଲା ।

ସୁଶାନ୍ତ ଧୋନିଙ୍କ ପରି ହେବାକୁ ଚାହୁଁଥିଲେ

ଅଙ୍କିତା ଅତି ମ୍ରିୟମାଣ ହୋଇ କହିଛନ୍ତି ଯେ, ଲୋକମାନେ ସୁଶାନ୍ତଙ୍କ ବିଷୟରେ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ସେ ଡିପ୍ରେସନରେ ଥିବା କୁହାଯୀଉଛି କିନ୍ତୁ ସତ୍ୟ ହେଉଛି ସେ ମୋତେ ସବୁବେଳେ କହିଥଲେ ଯେ ସଫଳତା ଏବଂ ବିଫଳତା ମଧ୍ୟରେ ଏକ ରେଖା ଅଛି, ଯାହା ମହେନ୍ଦ୍ର ସିଂ ଧୋନି ଅନୁସରଣ କରନ୍ତି । ମୁଁ ମଧ୍ୟ ତାଙ୍କ ପରି ହେବାକୁ ଚାହେଁ । ସଫଳତା ସହିତ ଶାନ୍ତ ଏବଂ ବିଫଳତା ସହିତ ଶାନ୍ତ ରହିବାକୁ ଚାହୁଁଥିଲେ ସୁଶାନ୍ତ ।

ନିଜ ଇଚ୍ଛାରେ ଜୀବନ ବଞ୍ଚିବା

ସାକ୍ଷାତକାର ସମୟରେ ଅଙ୍କିତା କହିଛନ୍ତି ଯେ, ସୁଶାନ୍ତଙ୍କ ପାଇଁ ଟଙ୍କା ଏକ ଛୋଟ ଜିନିଷ ଥିଲା, କିନ୍ତୁ ତାଙ୍କର ଉତ୍ସାହ ବହୁତ ବଡ ଥିଲା, ସେ ମୋତେ ସବୁବେଳେ କୁହନ୍ତି ଯେ, ସବୁକିଛି ଶେଷ ହୋଇଗଲେ ମଧ୍ୟ ସେ ପୁଣି ଥରେ ନିଜ ନିଜକୁ ଗଢ଼ି ତୋଳିବେ । ନିଜ ଦମ୍ ରେ ଜୀବନ ବଞ୍ଚିବାକୁ ଚାହୁଁଥିଲେ । ଅଭିନେତ୍ରୀ କହିଛନ୍ତି ଯେ ତାଙ୍କ ସୃଜନଶୀଳତା, ଚଳଚ୍ଚିତ୍ର ପ୍ରତି ତାଙ୍କର ଆଗ୍ରହ, ଏବଂ ଜୀବନ ବଞ୍ଚିବାର ଆଗ୍ରହ ଖୁବ ଥିଲା ।  

ସୁଶାନ୍ତ ଭାବୁଥିଲେ ଖୁସି କ୍ଷଣସ୍ଥାୟୀ

ଅଙ୍କିତା କହିଛନ୍ତି ଯେ, ସୁଶାନ୍ତ ମାନୁଥିଲେ ଯେ, ଖୁସି କ୍ଷଣସ୍ଥାୟ । ସେଥିପାଇଁ ସେ ଛୋଟ ଛୋଟ ଜିନିଷରେ ଖୁସି ଖୋଜୁଥିଲେ । ଝୁଆ ମାନଙ୍କୁ ପାଠ ପଢ଼ାଇବାରେ ତାଙ୍କୁ ଖୁସି ମିଳୁଥିଲା । ତାରା ମାନଙ୍କୁ ଦେଖିଲେ ତାଙ୍କୁ ଖୁସି ମିଳୁଥିଲା । ଏହିଭଳି ବ୍ୟକ୍ତିତ୍ୱ କେବେ ସୁଇସାଇଡ କରିପାରିବ ନାହିଁ ବୋଲି ଅଙ୍କିତା କହିଛନ୍ତି ।

Leave a Reply