ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ କାହିଁକି ସାମିଲ ହେଲେନି ଅଙ୍କିତା… ଜାଣନ୍ତୁ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ସୁଶାନ୍ତ ସିଂହଙ୍କ ବାପା କେକେ ସିଂହ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ବିରୋଧରେ ଏତଲା ଦାଖଲ କରିଛନ୍ତି ଏବଂ ଅନେକ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି । ସୁଶାନ୍ତଙ୍କ ବାପାଙ୍କ ଏହି ଏଫଆଇଆର ମୁତାବକ, ରିୟା ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସକାଇଥିଲେ । ଏହି ଏଫଆଇଆର ପରେ ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ସେ ଲେଖିଛନ୍ତି ଯେ ସତ୍ୟର ବିଜୟ ହୋଇଥାଏ ।

ଅଙ୍କିତା ନିକଟରେ ଏକ ସାକ୍ଷାତକାରରେ ସୁଶାନ୍ତ ସହ ଜଡ଼ିତ ଅନେକ କଥା ସେୟାର କରିଛନ୍ତି । ଅଙ୍କିତା ଏହା ମଧ୍ୟ କହିଛନ୍ତି ଯେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ ସା କାହିଁକି ସାମିଲ ହୋଇନଥିଲେ । ଅଙ୍କିତା କହିଛନ୍ତି ଯେ, ସେ ସୁଶାନ୍ତଙ୍କୁ ସେପରି ଅବସ୍ଥାର ଦେଖିପାରିନଥାନ୍ତେ । ଜଣେ ରିପୋର୍ଟର ଅଙ୍କିତାଙ୍କୁ ଫୋନ କରି ସୁଶାନ୍ତ ଆତ୍ମହତ୍ୟା କରିଥିବା କଥା ଜଣାଇଥିଲେ । ସୁଶାନ୍ତଙ୍କ ଆତ୍ମହତ୍ୟା କଥା ଶୁଣିବା ପରେ ଅଙ୍କିତା ହତବାକ ହୋଇଯାଇଥିବା କହିଛନ୍ତି । ସେ କହିଛନ୍ତି ଯେ, ମତେ ଏମିତି ଲାଗିଲା ଯେମିତି ମୁଁ ଧ୍ୱଂସ ହୋଇଗଲି । ମୁଁ ନିଷ୍ପତ୍ତି ନେଇଥିଲି ଯେ, ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବି ନାହିଁ । କାରଣ ମୁଁ ସେ ଦୃଶ୍ୟକୁ କେବେ ଭୁଲିପାରିନଥାନ୍ତି ।

ଟଙ୍କା ପ୍ରତି ସୁଶାନ୍ତଙ୍କ ଲୋଭ ନଥିଲା: ଅଙ୍କିତା

ଅଙ୍କିତା ଏହା ମଧ୍ୟ କହିଥିଲେ ଯେ, ସୁଶାନ୍ତ କାହିଁକି ନିଜ ଫ୍ୟାନ୍ସ ସହିତ କନେକ୍ଟେଡ୍ ରହୁଥିଲେ । ଏହାର ଉତ୍ତରରେ ଅଙ୍କିତା କହିଥିଲେ ଯେ, ସୁଶାନ୍ତ କହୁଥିଲେ ଯେ, ମତେ ମୋ ଫ୍ୟାନ୍ସ ମାନହ୍କୁ ସମୟ ଦେବା ପସନ୍ଦ । ମୋର କେହି ଗଡଫାଦର ନାହାନ୍ତି । ମୋ ଫ୍ୟାନ୍ସ ମାନେ ହିଁ ମତେ ଆଗକୁ ବଢ଼ାଇବେ । ଯଦି ମୁଁ ଥରେ ଅସଫଳ ରହିବି ତେବେ ମୋ ପାଖରେ ଆଉ ଚାନ୍ସ ନାହିଁ ଉପରକୁ ଉଠିବା ପାଇଁ । କାରଣ ଆମ ପାଇଁ ଏଠି କାହି ନାହାନ୍ତି ।

ଆଙ୍କିତା ଆଉ ମଧ୍ୟ କହିଛନ୍ତି ଯେ, ଆଟିଷ୍ଟ ମାନେ ତାଳି ନ ଶୁଣିଲେ ସେମାନେ ଅସମ୍ପୂର୍ଣ୍ଣ ଅନୁଭବ କରନ୍ତି । ସୁଶାନ୍ତ ସେହି ଆଟିଷ୍ଟ ମଧ୍ୟରୁ ଜଣେ ଥିଲା । ସେ ଜଣିବାକୁ ଚାହୁଥିଲେ ଯେ ଯଦି ସେ କିଛି କାମ କରୁଛନ୍ତି ତେବେ ଦର୍ଶକ ତାଙ୍କ ସହ ସଂଯୋଗ କରିପାରୁଛନ୍ତି ନା ନାହିଁ । ତା ପାଇଁ ଏସବୁ ମହତ୍ତୱ ରଖୁଥିଲା । ସୁଶାନ୍ତଙ୍କୁ ଟଙ୍କାରେ ଲୋଭ ନଥିଲା, ସେ ତା କଳାକୁ ଭଲ ପାଉଥିଲା ।

 

Leave a Reply