ଟିଆଇ ପରେଡରେ ଅଭିଯୁକ୍ତ ବିବନକୁ ଚିହ୍ନିଲେ ଅଞ୍ଜନା

1 min read
Anjana Mishra Identified Accused Biban In TI Pared

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁର୍ଷ୍କମ ମାମଲାରେ ସରିଲା ଟିଆଇ ପରେଡ । ଝାରପଡ଼ା ଜେଲ ପରିସରରେ ଟିଆଇ ପରେଡ ବା ଅଭିଯୁକ୍ତ ଚିହ୍ନଟ ପରେଡ ସରିଛି । ୧୦ଜଣଙ୍କ ମଧ୍ୟରୁ ଅଞ୍ଜନା ବିବନଙ୍କୁ ଚିହ୍ନିଛନ୍ତି । ଟିଆଇ ପରେଡ ପରେ ଅଞ୍ଜନା ଝାରପଡ଼ା ଜେଲରୁ ବାହାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି- ‘୨୨ ବର୍ଷ ପରେ ଟିଆଇ ପରେଡରେ ବିବନକୁ ଚିହ୍ନିବା କଷ୍ଟକର, ତଥାପି ଚିହ୍ନିଛି ।’ ଜେଏମଏଫସି ସୃଜାଲିନ ମହାନ୍ତି ଓ ସିବିଆଇ ଅଧିକାରୀଙ୍କ ଉପସ୍ଥିତରେ ଟିଆଇ ପରେଡ ହୋଇଛି ।

Anjana Mishra Identified Accused Biban In TI Pared

ଅନ୍ୟପଟେ ବିବନକୁ ୨ଦିନିଆ ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ମିଳିଛି । ସ୍ୱତନ୍ତ୍ର ସିବିଆଇ CJM କୋର୍ଟ ଏହି ଅନୁମତି ଦେଇଛନ୍ତି । ଆସନ୍ତା ୪ ଓ ୫ ତାରିଖ ୨ ଦିନ ପାଇଁ ବିବନକୁ CBI ରିମାଣ୍ଡରେ ନେବ । ବିବନକୁ ୫ଦିନିଆ ରିମାଣ୍ଡରେ ନେବାକୁ CBI ଆବେଦନ କରିଥିଲା ।

Anjana Mishra Identified Accused Biban In TI Pared

୧୯୯୯ ଜାନୁଆରୀ ୯ ତାରିଖରେ ବାରଙ୍ଗ ବେଲଗାଛିଆରେ ଅଞ୍ଜନା ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଅପରାଧ ଘଟାଇବା ପରେ ବିବନ ଗାଏବ ହୋଇଯାଇଥିଲା । ଅପରାଧରେ ତାକୁ ସହଯୋଗ କରିଥିବା ଦୁଇ ଜଣ ପୋଲିସ ହାତର ଧରା ପଡ଼ିଥିଲେ । ଅପରାଧର ୨୨ ବର୍ଷ ପରେ ବିବନକୁ ମହାରାଷ୍ଟ୍ରର ଆମ୍ବିଭ୍ୟାଲିରୁ କମିଶନରେଟ୍ ପୋଲିସ୍ ଅପରେସନ୍ ସାଇଲେଣ୍ଟ୍ ଭାଇପରରେ ବିବନକୁ ଧରିବାରେ ସକ୍ଷମ ହୋଇଥିଲା ।

Leave a Reply