ମନୋରଞ୍ଜନଙ୍କ ପରେ OIPLର ଆଉ ଜଣେ କର୍ମଚାରୀ ଅନିରୁଦ୍ଧ ପଣ୍ଡା ଗିରଫ

1 min read

ଖୋର୍ଦ୍ଧା: ସାରୁଅ ଜମି କେଳେଙ୍କାରୀ ମାମଲାରେ ଖୋଲୁଛି ଗୁମର । ଆଜି ଓଡ଼ିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡର ଆଉ ଜଣେ କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ । ୨ଟି ମାମଲାରେ ପୋଲିସକୁ ସହଯୋଗ ନ କରିବାରୁ OIPLର କର୍ମଚାରୀ ଅନିରୁଦ୍ଧ ପଣ୍ଡାଙ୍କୁ ବାଘମାରୀ ପୋଲିସ ଗିରଫ କରିଛି । ଅକ୍ଟୋବର ୫ରେ ସାରୁଅ କର୍ମଚାରୀ ଅନିରୁଦ୍ଧଙ୍କ ବିରୋଧରେ ମାମାଲା ରୁଜୁ ହୋଇଥିଲେ । ଆଜି ସାରୁଅ ଗ୍ରାମବାସୀଙ୍କ ଅଭିଯୋଗରେ ଅନିରୁଦ୍ଧଙ୍କୁ ଗିରଫ କରାଯାଇଛି । ଗିରଫ ନେଇ ଖୋର୍ଦ୍ଧା ଏସପିଙ୍କ ସୂଚନା ଦେଇଛନ୍ତି ।  ପୂର୍ବରୁ ଓଡ଼ିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ମନୋରଞ୍ଜନଙ୍କୁ ବିଚାର ବିଭାଗୀୟ ହାଜତରେ ରଖାଯାଇଛି ।

ସୂଚନା ଅନୁସାରେ, ସାରୁଅ ଜମି କେଳେଙ୍କାରୀ ମାମଲାର ତଦନ୍ତ ପାଇଁ ବାରମ୍ବାର ଅନିରୁଦ୍ଧଙ୍କୁ ଡାକରା ପରେ ମଧ୍ୟ ଥାନାକୁ ଆସିନଥିଲେ କି ତଦନ୍ତରେ ପୋଲିସକୁ ସହଯୋଗ କରିନଥିଲେ। ଅନିରୁଦ୍ଧଙ୍କ ସମେତ ଅନ୍ୟମାନଙ୍କ ନାଁରେ ମଧ୍ୟ ରହିଛି ସଙ୍ଗିନ ଅଭିଯୋଗ ରହିଛି । ଆଜି ଭୋର ସମୟରେ ଅନିରୁଦ୍ଧଙ୍କୁ ସାରୁଅ ସ୍ଥିତ ଓଟିଭି ଷ୍ଟୁଡିଓରେ ଆତ୍ମଗୋପନ କରିଥିବା ସୂଚନା ପାଇ ପୋଲିସ ପକ୍ଷରୁ ହୋଇଥିଲା ଅତର୍କିତ ଚଢ଼ାଉ ହୋଇଥିଲା ।

ତେବେ ଅଭିଯୋଗ ଭିତ୍ତିରେ ଅନିରୁଦ୍ଧଙ୍କ ବିରୋଧରେ ତଥ୍ୟ ଓ ପ୍ରମାଣ ମିଳିଛି । ଆଜି ଗିରଫ ଅନିରୁଦ୍ଧଙ୍କୁ କରାଯିବ କୋର୍ଟ ଚାଲାଣ କରାଯିବ । ଅନିରୁଦ୍ଧଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଟର ଧାରା ୪୪୭, ୨୯୪, ୫୦୬ ଓ ୩୪ ସହିତ SC&ST ଧାରା  ଲାଗିଛି । ଅନ୍ୟମାନଙ୍କ ବିରୋଧରେ ତଥ୍ୟ ଓ ପ୍ରମାଣ ମିଳିଲେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ । ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସ ପି ଅଜୟ ପ୍ରତାପ ସ୍ୱାଇଁ ।

Leave a Reply