କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

Angul Vigilance Raid

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଇଣ୍ଡା ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆଙ୍କ ସରକାରୀ ବାସଭବନରେ ଆଜି ସକାଳୁ କଟକ ଓ ଅନୁଗୁଳ ଭିଜିଲାନ୍ସ ବିଭାଗ ମିଳିତ ଚଢ଼ାଉ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ତେବେ ଏବେ ମଧ୍ୟ ଚଢ଼ାଉ ଜାରି ରହିଥିବା ଯୋଗୁଁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛି ଭିଜିଲାନ୍ସ ବିଭାଗ । ଚଢ଼ାଉ ବେଳେ ଯନ୍ତ୍ରୀଙ୍କ ଘରୁ ନଗଦ ୮୧ ହଜାର ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି ।

Angul Vigilance Raid

ବସନ୍ତଙ୍କ ଜଗତସିଂହପୁର ସିଠାଳ ଗ୍ରାମରେ ଥିବା ପୈତୃକ ଘର, ଶ୍ୱଶୂର ଘର ଓ ସ୍ତ୍ରୀଙ୍କ ନାଁରେ ଥିବା ୪ ମହଲା ଘର ଏବଂ ବଇଣ୍ଡାର ସରକାରୀ ଘର ଓ ଅଫିସରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ବସନ୍ତଙ୍କ ଠାରୁ ନଗଦ ୮୧ ହଜାର ଟଙ୍କା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ସୂଚନା ମିଳିଛି । ଏହାସହ ପ୍ରାୟ ୫୦୦ ଗ୍ରାମ୍‌ର ସୁନା, ରୁପା, ବ୍ୟାଙ୍କ ପାସ୍‌ ବୁକ୍‌, ଫିକ୍ସ ଡିପୋଜିଟ୍‌ ବଣ୍ଡ, ଏଲ୍‌ଆଇସି ବଣ୍ଡ, ଜମିପଟ୍ଟା କରାଯାଇଛି । ଅନ୍ୟପଟେ କଟକ ଓ କେନ୍ଦ୍ରାପଡାରେ ଭିଜିଲାନ୍ସ ଟିମ୍‌ ଚଢାଉ ଜାରିରଖିଛି ।

Leave a Reply