ବାଲ୍ୟ ବିବାହ ରୋକିବାରେ ରୁଗୁଡ଼ିପାଲି ଉଦାହରଣ, ମଙ୍ଗ ଧରିଛନ୍ତି ଅଙ୍ଗନୱାଡ଼ି କର୍ମୀ

Anganwadi Worker Work For Anti Child Marriage In Odisha

ସୁବର୍ଣ୍ଣପୁର: ବାଲ୍ୟବିବାହ, ସମାଜରେ ପ୍ରଚଳିତ କୁପ୍ରଥାର ଅନ୍ୟ ଏକ ସ୍ୱରୂପ । ଏହି କୁପ୍ରଥା ରୋକିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ୨୦୩୦ ସୁଦ୍ଧା ସାରା ରାଜ୍ୟକୁ ବାଲ୍ୟ ବିବାହ ମୁକ୍ତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏହି ଅଭିଯାନର ଶୁଭାରମ୍ଭ ହୋଇଛି ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ରୁଗୁଡିପାଲି ଗାଁରୁ । ରୁଗୁଡିପାଲି ପାଲଟିଛି ରାଜ୍ୟର ପ୍ରଥମ ବାଲ୍ୟ ବିବାହ ମୁକ୍ତ ଗାଁ । ଅଙ୍ଗନୱାଡି କର୍ମୀ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ୨୦୧୯ରେ ବାଲ୍ୟବିବାହ ରୋକିବା ଦିଗରେ ଏକ ମାଇଲଖୁଣ୍ଟ ହେଉଛି ରୁଗୁଡିପାଲି । ଏହି ସଫଳ ଅଭିଯାନର ଅଗ୍ରଣୀ ସାରଥୀ ଥିଲେ ଅଙ୍ଗନୱାଡି କର୍ମୀ ଗୀତାଞ୍ଜଳି ରଣା ।

Anganwadi Worker Work For Anti Child Marriage In Odisha

ବାରମ୍ବାର ବାଲ୍ୟବିବାହର କୁପରିଣତି ଦେଖିବା ପରେ ମଧ୍ୟ ସମାଜରୁ ଏହି ବ୍ୟାଧି ସମ୍ପୂର୍ଣ୍ଣ ଦୂରୀଭୂତ ହୋଇପାରି ନାହିଁ । ଏ ଦିଗରେ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ରୁଗୁଡିପାଲି ଗାଁ ସୃଷ୍ଟି କରିଛି ଏକ ଉଦାହରଣ । ୨୦୧୯ ସୁଦ୍ଧା ରୁଗୁଡିପାଲି ଗାଁରେ ସବୁ ବାଲ୍ୟ ବିବାହକୁ ରୋକା ଯାଇ ପାରିଛି । ରୁଗୁଡିପାଲିକୁ ବାଲ୍ୟ ବିବାହ ମୁକ୍ତ ଗାଁ ଘୋଷଣା କରାଯାଇ । ଏହି ଅଭିଯାନରେ ଅଗ୍ରଣୀ ଭୂମିକା ନିର୍ବାହ କରିଛନ୍ତି ଅଙ୍ଗନୱାଡି କର୍ମୀ ଗୀତାଞ୍ଜଳି ରଣା । ପ୍ରତି ମାସରେ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଏହି କୁପ୍ରଥା ବିରୋଧରେ ସଚେତନତା ସୃଷ୍ଟି କରିଥିଲେ ସେ । ବାଲ୍ୟ ବିବାହର କୁପରିଣତି ଏବଂ ଏହାକୁ ନେଇ ରହିଥିବା ଆଇନଗତ ଦିଗ ସମ୍ବନ୍ଧରେ ଗ୍ରାମବାସୀଙ୍କୁ ବୁଝାଇଥିଲେ ।

Anganwadi Worker Work For Anti Child Marriage In Odisha

ଓଡ଼ିଶାରେ ପ୍ରଥମ ବାଲ୍ୟ ବିବାହ ମୁକ୍ତ ଗାଁ ଘୋଷିତ ରୁଗୁଡିପାଲିରେ ୨୦୧୯ ପରଠୁ ଆଉ ଗୋଟିଏ ବି ହେଲେ ବାଲ୍ୟ ବିବାହ ହୋଇନାହିଁ । ଲୋକେ ଯେମିତି ଚିରଦିନ ଏହି କୁପ୍ରଥାଠାରୁ ଦୂରେଇ ଯିବେ ସେ ନେଇ ଜିଲ୍ଲା ପ୍ରଶାସନ ସହିତ ମିଶି ଗୀତାଞ୍ଜଳି ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଗାଁରେ ଘର ଘର ବୁଲିବା ସହ, ସଭା ସମିତି, ସଚେତନତା ଶୋଭାଯାତ୍ରା ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି । ଆଗକୁ ବି ଏହି ପ୍ରୟାସ ଜାରି ରହିବ ବୋଲି କହିଛନ୍ତି ଗୀତାଞ୍ଜଳି ।

Leave a Reply